-
ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା
-
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଠିକ୍ ଭାବେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, ଗାମୀଜାନୁଆରୀ୮ରୁ୧୦ତାରିଖପର୍ଯ୍ୟନ୍ତ୩ଦିନଧରିଭୁବନେଶ୍ୱରଜନତାମଇଦାନରେଅନୁଷ୍ଠିତହେବାକୁଥିବାଅଷ୍ଚାଦଶ ପ୍ରବାସୀଭାରତୀୟଦିବସଆୟୋଜନର ପ୍ରସ୍ତୁତିସଂପର୍କରେମୁଖ୍ୟଶାସନସଚିବଶ୍ରୀମନୋଜଆହୁଜା ଲୋକସେବା ଭବନରେ ଅନୁ କଷ୍ଠିତ ଏକ ବୈଠକରେସମୀକ୍ଷାକରିଥିଲେ।ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଆୟୋଜନ ପାଇଁପ୍ରସ୍ତୁତିରେ ଯେଉଁ ଯେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତାହାର ଚେକ୍ ଲିଷ୍ଟ ପ୍ରସ୍ତୁତ କରି ତଦନୁସାରେ ପ୍ରସ୍ତୁତି ସଠିକ୍ ଭାବେ କରିବା, ତଦାରଖ ଓ କାର୍ଯ୍ୟନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବସଂପୃକ୍ତ କମିଟିରେ ଥିବା ବିଭାଗୀୟ ସଚିବ ତଥା ବରିଷ୍ଠ ପଦାଧିକାରୀଙ୍କୁଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ କମିଟିରେ ଥିବା ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀ ମାନେଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଏହିଗୁରୁତ୍ୱପୂର୍ଣ୍ଣକାର୍ଯ୍ୟକ୍ରମକୁସୁଚାରୁରୂପେ ଆୟୋଜନକରାଯିବାପାଇଁ୧୪ଟିଉପକମିଟିଗଠନକରାଯାଇଛି।ବିଭିନ୍ନ କମିଟି ଦ୍ୱାରା କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ ।
ବୈଠକରେଶିଳ୍ପବିଭାଗତରଫରୁଜନତା ମଇଦାନ ଠାରେ କାର୍ଯ୍ୟକ୍ରମସ୍ଥଳରେ ଭି.ଭି.ଆଇ.ପି,ଅତିଥି,ପ୍ରବାସୀ ଭାରତୀୟ, ସ୍ଥାନୀୟ ଦର୍ଶକମାନଙ୍କବସିବା ବ୍ୟବସ୍ଥା, ଯାନବାହାନପାର୍କିଂସ୍ଥଳ, ଉତ୍ସବସ୍ଥଳରେଖାଦ୍ୟବ୍ୟବସ୍ଥାସହ ଆନୁଷଙ୍ଗିକପ୍ରସ୍ତୁତିସଂପର୍କରେବିଭାଗର ପ୍ରମୁଖ ଶାସନ ସଚିବ ନକ୍ସାଉପସ୍ଥାପନକରିଥିଲେ ।ଅତିଥି, ପ୍ରବାସୀଭାରତୀୟଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ଏହି ସମ୍ମିଳନୀରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ରହଣି ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ୩୭୦୦ଟି ପ୍ରକୋଷ୍ଠ ବୁକିଂ କରାଯାଇଛି । ପ୍ରବାସୀ ଭାରତୀୟ ମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଯିବାକୁ ଥିବାରୁଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ଥିବା୨୮ଟିଦର୍ଶନୀୟସ୍ଥାନରସୌନ୍ଦର୍ଯ୍ୟକରଣପାଇଁପର୍ଯ୍ୟଟନବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି ।ଏଥିପାଇଁଟୁର ଅପରେଟରମାନଙ୍କସହାୟତାନେବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି।ସୂଚନାଓଲୋକସଂପର୍କବିଭାଗପକ୍ଷରୁଗଣମାଧ୍ୟମଯୋଗେକାର୍ଯ୍ୟକ୍ରମରପ୍ରଚାରପ୍ରସାରପାଇଁବ୍ୟାପକବ୍ୟବସ୍ଥାଏବଂଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରିବା ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ କାର୍ଯ୍ୟକ୍ରମ ସ୍ଥଳରେ ଉଦ୍ଦିଷ୍ଟ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରରେ ଚିହ୍ନଟ ହୋଇଥିବା ବିଭିନ୍ନ ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭକରାଯାଇଥିବା ବେଳେ ରାସ୍ତାର ପ୍ରାଚୀର, କାନ୍ଥ ଆଦିରେଚିତ୍ରକଳା ପେଣ୍ଟି ସହ ବିଭିନ୍ନ ସ୍ଥାନରେ କଳାକୃତି ରଖାଯିବ । ଏଥି ସହିତ ବିଭାଗ ତରଫରୁ କେତେକ ଏୟାର ଲାଇନ୍ସ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କୁ ଫ୍ଲାଇଟ୍ ସଂଖ୍ୟା ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି ।ନଗର ଉନ୍ନୟନ ବିଭାଗ, ବିଡିଏ, ବିଏମସି, ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ ଆଦିର ସହଯୋଗରେ ଭୁବନେଶ୍ୱର ସହର ଯେପରି ଏକ ଆକର୍ଷଣୀୟ ରୂପରେ ଶୋଭା ପାଇବ,ସେଥିପାଇଁ ସମସ୍ତ ପ୍ରୟାସ ରହିବ । ପୂର୍ତ୍ତ ବିଭାଗ ତରଫରୁ ରାଜ୍ୟ ସଂଗ୍ରହାଳୟ, ରବିନ୍ଦ୍ର ମଣ୍ଡପ, ଭଞ୍ଜ କଳା ମଣ୍ଡପ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । କାର୍ଯ୍ୟକ୍ରମ ସ୍ଥଳରେ ଯେପରି ବ୍ୟାପକ ଇଣ୍ଟରନେଟ୍ ସୁବିଧା ରହିବ ସେଥିପ୍ରତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହଯୋଗରେ ବ୍ୟବସ୍ଥା କରାଯିବ ବୋଲି ବୈଠକରୁ ଜଣାଯାଇଛି ।