ଭୁବନେଶ୍ୱର, ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଓଡ଼ିଶା କେନ୍ଦୁପତ୍ର ସଂଘ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କେନ୍ଦୁପତ୍ର ସଂଘ ସେମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ ।
ଚଳିତ ବର୍ଷ ଅନୁକୂଳ ପାଣିପାଗ ଯୋଗୁଁ ଉତ୍କୃଷ୍ଟ ମାନର କେନ୍ଦୁପତ୍ର ଫଳିଛି । ତଦନୁସାରେ କେନ୍ଦୁପତ୍ର ତୋଳାଳିଙ୍କ ଆୟ ମଧ୍ୟ ବଢିବା ଆବଶ୍ୟକ । ଏ ନେଇ ଓଡ଼ିଶା କେନ୍ଦୁପତ୍ର ସଂଘ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଦାବି ଶୁଣିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସଂଘକୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆମେ ଆପଣମାନଙ୍କ ଦାବି ଓ ସମସ୍ୟା ବିଷୟରେ ଅବଗତ ହେଲୁ ଓ ଏହାକୁ ସହୃଦୟତାର ସହ ଗ୍ରହଣ କରିଛୁ । ଏହିସବୁ ଦାବିକୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରି ସମାଧାନର ପନ୍ଥା ଖୁବ ଶୀଘ୍ର ବାହାର କରିବୁ ।
ବୈଠକ ସମୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
Related Stories
December 3, 2024