ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ମୃତିସଭାରେ ଅଧ୍ୟକ୍ଷତା କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ସେମାନଙ୍କର ନିÂା ଓ ପରାକାÂା ଦେଖାଇଛନ୍ତି । କଂଗ୍ରେସ ଦଳ ସ୍ୱାଧିନତା ପୂର୍ବବର୍ତୀ ଓ ପରବର୍ତୀ କାଳରେ ଭାରତବାସୀଙ୍କ ସ୍ୱାର୍ଥ ପ୍ରତି ସଜାଗ ରହି ସମ୍ବିଧାନକୁ ସୁରକ୍ଷା ଦେବାରେ କାର୍ଯ୍ୟ କରିଆସିଛି । କିନ୍ତୁ ଆଜି କେନ୍ଦ୍ରର ବିଜେପି ସରକାର ନାଗରିକ ଆଇନ୍ କାର୍ଯ୍ୟକାରୀ କରିବା ଉଦେ୍ଧଶ୍ୟରେ ସମ୍ବିଧାନକୁ ସଂକୁଚିତ କରିବାର ମସୁଧା ଚଳାଇଛନ୍ତି । ଆଜି ସାରା ଦେଶରେ ଏକ ବିଭେଦ ସୃଷ୍ଟି ହୋଇଛି । ଫଳରେ ସାଂପ୍ରଦାୟିକତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଏ ସଂପର୍କରେ ସମସ୍ତ କଂଗ୍ରେସ କର୍ମୀ ଏହାକୁ ବିରୋଧ କରି ଜନସଚେତନତା ସୃଷ୍ଟି କରିବା ପ୍ରଥମ ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ପ୍ରଶାନ୍ତ ଶତପଥି, ଅମୀୟ କୁମାର ପଟ୍ଟନାୟକ, ଆଦିତ୍ୟ ପ୍ରିତମ୍ ଦାସ, ମଧୁସ୍ମିତା ସେଠୀ, ଗୌତମ ଦାସ, ସଂଜିବ ମହାନ୍ତି ପ୍ରମୁଖ ସୁଭାଷ ବୋଷ ଏବଂ ସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ପ୍ରତିଭା ସଂପର୍କରେ ଆଲୋକପାତ କରି ସଂପ୍ରତି ନାଗରିକ ସଂଶୋଧନ ଆଇନ ଯୋଗୁଁ ଦେଶରେ ଏକ ବିଦ୍ୱେଷ ଭାବ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ କରିଥିଲେ ।