ନୂଆଦିଲ୍ଲୀ– ଭାରତ ରତ୍ନ ଡ଼.ରାଜେନ୍ଦ୍ର ପ୍ରସାଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡ.ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜନ୍ମଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଂଜଳି । ସମ୍ବିଧାନ ସଭାର ଅଧ୍ୟକ୍ଷ ଭାବେ ଭାରତୀୟ ଗଣତନ୍ତ୍ରର ସଶକ୍ତ ମୂଳଦୁଆ ରଖିବାରେ ତାଙ୍କ ଅମୂଲ୍ୟ ଯୋଗଦାନ ରହିଥିଲା । ଆଜି ଯେତେବେଳେ ଆମେ ସମସ୍ତେ ଦେଶବାସୀ ସମ୍ବିଧାନର 75 ବର୍ଷର ଉତ୍ସବ ମନାଉଛୁ, ସେତେବେଳେ ତାଙ୍କ ଜୀବନ ଓ ଆଦର୍ଶ ଅନେକ ପ୍ରେରଣାଦାୟୀ ହୋଇଯାଇଛି ।