ଭୁବନେଶ୍ୱର – ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଗୁରୁବାର ଓଡ଼ିଶାର ବରପୁତ୍ର, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ବିଧାନସଭା ପରିସରରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁÂିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଉପବାଚସ୍ପତି ଶ୍ରୀ ସିଂହ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସମେତ ବିଧାନସଭା ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ବିଷ୍ଣୁଚରଣ ଦାସ, ଶ୍ରୀ ଅରବିନ୍ଦ ଢାଲି, ଶ୍ରୀ ଅଶୋକ କୁମାର ବଳ, ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ କୁମାର ସିଂହ, ପୂର୍ବତନ ସଦସ୍ୟ, ଉକ୍ରଳ ସମ୍ମିଳନୀର କର୍ମକର୍ତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁÂାନର କଳାକାରମାନେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଏକ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ବିଧାନସଭାର କର୍ମ·ରୀମାନେ ଉପସ୍ଥିତ ଥିଲେ । ଯୁଗ୍ମ ନିଦେ୍ର୍ଧଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।