ଗଞାମ– ଗତ ଶନିବାର ରାତିରେ ଭଂଜନଗର ନିକଟସ୍ଥ ନୂଆ ପଲ୍ଲୀ ଗ୍ରାମରେ ୨୬ଟିକିଆ ହାତୀପଲ ପସି ୬ଟି ଚାଳଘର ଭାଂଗି ଧାନ ଚାଉଳ ଖାଇବା ସହ ଘରର ଆସବାବ ପତ୍ର ନଷ୍ଟ କରିଦେଇଛନ୍ତି । ଏହି ଘଟଣା ପରେ ଭଂଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଂକର ବେହରା ଓ ରେଂଜର ଆଶାଲତା ଦିଗାଲ କ୍ଷତିଗ୍ରସ୍ତ ଅଂଚଳକୁ ଯାଇ ହାତୀ ହାତୀଦ୍ୱାରା ନଷ୍ଟ ହୋଇଥିବା ଛଅଟି ଗୃହର ମାଲିକନ୍କୁ ରେଡକ୍ରସ ପାଣ୍ଠିରୁ ଦଶହଜାର ଲେଖାଏଁ ଟଂକା ସହାୟତା ପ୍ରଦାନ କରିଛନ୍ତି । ତୁରନ୍ତ ବନବିଭାଗ ପକ୍ଷରୁ ମଧ୍ଧ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଉତର ଘୁମୁସୁର ଅଧିକାରୀ ହିମାଂଶୁଶେଖର ମହାନ୍ତି ସୂଚନା ଦେବାସହ ହାତୀ ପଲର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଏହି କ୍ଷତିଗ୍ରସ୍ତ ପରିବାର ଗୁଡିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
January 13, 2025
January 13, 2025