ଭୁବନେଶ୍ୱର, ରାଜ୍ୟର ଅନେକ ପଂଚାୟତରେ ମୋବାଇଲ ଟାୱାର ନ ଥିବା କାରଣରୁ ଲୋକ ମାନେ ସଂଚାର ସୁବିଧାରୁ ବଂଚିତ ହେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳର ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ବିଭାଗୀୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ମାର୍ଚ୍ଚ 2025 ସୁଦ୍ଧା ସମସ୍ତ ଅଂଚଳରେ ମୋବାଇଲ ଟାୱାର ସ୍ଥାପନା କରିବା ଲକ୍ଷ୍ୟ ନେଇ ମୋହନ ସରକାର କାର୍ଯ୍ୟ କରୁଛନ୍ତି ।
କଂଟାବାଂଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଜି ପ୍ରଶ୍ନକାଳରେ ଅନେକ ସମୟ ଧରି ଆଲୋଚନା ହୋଇଥିଲା । ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ସେମାନଙ୍କର ଅଂଚଳରେ ମୋବାଇଲ କନେକ୍ଟିଭିଟିର ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।
ବିଭାଗୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ ଏହି ସମସ୍ୟାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏଡିଏମଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ କରାଯାଇଛି । 2025 ମାର୍ଚ ମାସ ସୁଦ୍ଧା ଏହି ସମସ୍ୟାର ସମାଧାନ ପାଇଁ କାର୍ଯ କରାଯାଉଛି ।
Related Stories
December 3, 2024