ଖୋର୍ଦ୍ଧା– ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର ମିଳିତ ଆନୁକୁଲ୍ୟରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ୟରୁ ବିଭିନ୍ନ ମହାବିଦ୍ୟାଳୟ ଓ ନସିଂ ଛାତ୍ର, ଛାତ୍ରୀ ନେଇ ନେଇ ଏକ ଏଚଆଇଭି,ଏଡସ୍ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାକୁ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ବିଶ୍ବନାଥ ପାଢୀ ଆନୁଷ୍ଠାନିକ ଭାବେ ଭାବେ ଉଦଘାଟନ କରିଥିଲେ I ଚଳିତ ବର୍ଷର କାର୍ଯ୍ୟାଳୟ ସମିଳନୀ କକ୍ଷରେ ଡା. ପାଢୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ପ୍ରାଣ ନାଥ “ଅଲ୍କାରର ସଠିକ୍ ମାର୍ଗ ଅନୁସରଣ କରିବା’” ଉପରେ ଆଲୋଚନା କରଯାଇଥିଲା I ମୁଖ୍ୟ ବକ୍ତା କବି ପ୍ରସନ୍ନ ପାଟ୍ଟସାଣି ସ୍ବୟଙ୍ଗ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜଗଦେବ, ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜୟସିଂ ଓ ଖୋର୍ଦ୍ଧା ନସିଂ ସ୍କୁଲର ସ୍ଵର୍ଣ ପ୍ରଭା ସାହୁ ଏଚଆଇଭି,ଏଡସ୍ ସମ୍ପର୍କରେ ସଚେତନ ବାର୍ଭା ପ୍ରଦାନ କରିଥିଲେ ସଭାପତି ଡା. ପାଢୀ ନିଜ ଏଡ୍ସର କାରଣ, ନିରାକରଣ, ପ୍ରତିକାର ଓ ଏ ବର୍ଷର ବୋଧନରେ ଏଚଆଇଭି,ଏଡସ୍ ର ବର୍ଷର ବିଷୟ ବସ୍ତୁ “ଅଧିକାରର ବା” ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନେ ସଠିକ୍ ମାର୍ଗ ଅନୁସରଣ କରିବା” ଜୀବନରେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲା ପ୍ରକଳ୍ପ ପରିଚାଳ ପରିଚାଳକ ବିଧାନ ଚନ୍ଦ୍ର ନାୟକ ସାମାଜିକ ଯୋଗଯୋଗ ମାଧ୍ଯମ (ଫେସ୍ ବୃକ, ଇଷ୍ଟାଗ୍ରାମ, ୟୁଟ୍ୟୁବ) କୁ ପ୍ରାଧାନ୍ୟ ଦେଇ । ବାର୍ତ୍ତା କୁ ବହୁଳ ଭାବେ ପ୍ରଚାର, ପ୍ରସାର ଓ ଅନୁସରଣ କରିବା ସହିତ ନିଶୁଳ୍କ ନମ୍ୱର- ଏହାର ପୃଷ୍ଠାରୁ ଆସୁଥିବା ୧୦୯୭ ରେ ଯୋଗାଯୋଗ କରି ଏଡସ୍ ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସଭାରେ ପ୍ରାଣ ନାଥ ସ୍ବୟଙ୍ଗ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା, କବି ପ୍ରସନ୍ନ ପଟ୍ଟସାଣି ଆଞ୍ଚଳିକ ମହାବିଦ୍ୟାଳୟ, ମଳିପଡା, ଖୋର୍ଦ୍ଧା ନସିଂ ସ୍କୁଲ ର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର କର୍ମଚାରୀ କିଶୋର କୁମାର କାନୁନଗୋ, ଅଶୋକ କୁମାର ଦାସ, ଜୟନ୍ତୀ ବାଳା ସାମନ୍ତରାୟ, ବିମଲ ଚନ୍ଦ୍ର ମାନସିଂହ, ଡ଼ିଆରପି ଓ ଆଇସିଟିସିର ପରାମର୍ଶ ଦାତାଦାତ୍ରୀ ମାନେ କାର୍ଯ୍ୟରେ ସହଯୋଗ କରିଥିଲେ I