ଇନ୍ଦୋର– କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ଦିନେ ସମୟ ଏଭଳି ଥିଲା, ଯେ ଭାରତରେ ଟିଟାନସର ଔଷଧକୁ 40 ବର୍ଷ, ଟିବିର ଔଷଧକୁ 30 ବର୍ଷ, ଡିପଥେରିଆର ଔଷଧକୁ 30 ବର୍ଷ, ଜାପାନୀ ଜ୍ୱରକୁ ଠିକ କରିବା ଔଷଧ ଆସିବାରେ ଶହେ ବର୍ଷ ଲାଗିଯାଇଥିଲା, କିନ୍ତୁ ଏବେ କରୋନାର ଦୁଇଟି ଟିକା 9ମାସରେ ଆସିଛି । ଫଳରେ ଅନେକ ଜୀବନ ରକ୍ଷା କରାଯାଇପାରିଛି । ଆମେ ଚାଳିଶ ଦେଶକୁ ମାଗଣା କରୋନାର ଔଷଧ ଦେଇଛୁ । ଏହା ହେଉଛି ପରିବର୍ତ୍ତିତ ଭାରତ । କରୋନା ମ୍ୟାନେଜମେଂଟକୁ ଉଠାଇ ଦେଖନ୍ତୁ ।
କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି ଯେ, ଆମେରିକାରେ ଷ୍ଟ୍ରାଇକ ହେଲା, ୟୁରୋପରେ ଲୋକେ ଲକଡାଉନ ଲଗାଇବାକୁ ରୋକିଥିଲେ, ଅନେକ ଦେଶ ଲକଡାଉଡ଼ ଲଗାଇବାକୁ ନିର୍ଦ୍ଧାରିତ କରିପାରିନଥିଲେ । ସେମାନେ ଅସମଞ୍ଜସ୍ୟରେ ଥିଲେ । କିନ୍ତୁ ଭାରତରେ ପ୍ରଥମ ଲୋକ କର୍ଫ୍ୟୁ, ତାପରେ ଲକଡାଉନ ଲଗାଯାଇଥିଲା । ଭାରତ ପିପିଇ କିଟ୍ ତିଆରି କରିଥିଲା, ଆଇସିୟୁରେ ସ୍ଥାନ ପ୍ରସ୍ତୁତ କରିଥିଲେ, ସାନିଟାଇଜର ଓ ମାସ୍କ ପ୍ରସ୍ତୁତ କରିଥିଲା । ସେତେବେଳେ ପିଏମ ମୋଦି କହିଥିଲେ ଜୀବନ ଅଛି ଏବଂ ଜଗତ ମଧ୍ୟ ଅଛି । ବିଶ୍ୱରେ ସବୁଠୁ ବଡ ଓ ସବୁଠୁ ଦ୍ରୁତ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାର ଅଭିଯାନ ଭାରତରେ ଚାଲିଥିଲା । ଭାରତ ଏବେ ନେଲା ବାଲା ନୁହେଁ, ବରଂ ଦେଲା ବାଲା ଦେଶ ପାଲଟିସାରିଛି ।