ନୂଆଦିଲ୍ଲୀ– ସାମୁଦ୍ରିକ ଝଡ଼ ଫେଙ୍ଗଲ ତାମିଲନାଡ଼ୁ ଏବଂ ପୁଡୁଚେରୀରେ ପହଂଚିବା ପରେ ସେଠାରେ ଭୀଷଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁତାବକ, ସାମୁଦ୍ରିକ ଝଡ଼ ଫେଙ୍ଗଲ ତାମିଲନାଡ଼ୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିଛି । ଏହା ପଶ୍ଚିମ- ଦକ୍ଷିଣ-ପଶ୍ଚିମ ଦିଗରେ ଆଗକୁ ବଢି ପୁଡୁଚେରୀ ନିକଟ କରାଇକଲ ଏବଂ ମହାବଳୀପୁରମ୍ ମଧ୍ୟରେ ଉତର ତାମିଲନାଡ଼ୁ- ପୁଡୁଚେରୀ ଉପକୂଳ ଅତିକ୍ରମ କରିଛି । ଏହା ୭୦ରୁ ୮୦ କି.ମି. ପ୍ରତି ଘଂଟା ପବନର ବେଗ ସହିତ ଘଂଟା ପ୍ରତି ୯୦ କି.ମି. ବେଗରେ ଆଗକୁ ବଢୁଛି । ଏହାର ପ୍ରଭାବରେ ତାମିଲନାଡ଼ୁରେ ଭୀଷଣ ବର୍ଷା ଜାରି ରହିଛି । ଏଥିସହ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଇଏମଡି ।