ନୂଆଦିଲ୍ଲୀ– ବର୍ଷର ଶେଷ ମାସର ପ୍ରଥମ ଦିନରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ରେଟ ପୁଣି ଥରେ ବୃଦ୍ଧି ପାଇଛି । ତୈଳ କଂପାନୀ ଡିସେମ୍ବର 1 ତାରିଖରେ 19 କିଲୋ ବିଶିଷ୍ଟ ଏଲପିଜି ସିଲିଣ୍ଡର ରେଟରେ 16.50 ପଇସା ବୃଦ୍ଧି କରିଛନ୍ତି । 19 କିଲୋ ବିଶିଷ୍ଟ କର୍ମସିଆଲ ଗ୍ୟାସ ସିଲିଣ୍ଡର ରେଟ ଦିଲ୍ଲୀରେ ଏବେ 1818.50 ଟଙ୍କା ହୋଇଛି । ଏହା ଲଗାତର 5ମ ମାସ, ଯେଉଁଥିରେ ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି କରାଯାଇଛି । ତେବେ ଆଶ୍ୱସ୍ତିର କଥା ଯେ, ଘରୋଇ ରନ୍ଧନ ଗ୍ୟାସ ମୂଲରେ କୌଣସି ପରିବର୍ତନ କରାଯାଇନାହିଁ ।
Related Stories
December 27, 2024
December 27, 2024