
ଝାରସୁଗୁଡା-ଝାରସୁଗୁଡା ବିମାନ ବିନ୍ଦର ରେ ଲୋକଙ୍କ ଚାହିଦାକୁ ଦେଖି ଏବେ କୋଲକତା ଓ ବାରଣାସୀ କୁ ବିମାନ ଚଳାଚଳ କରିବ।ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଆରସିଏସ ଉଦାନ ଯୋଜନା ରେ କୋଲକତା-ଝାରସୁଗୁଡା-କୋଲକତା ଏବଂ ଭୁବନେଶ୍ୱର-ବାରଣାସୀ-ଭୁବନେଶ୍ୱର ସେକ୍ଟରରେ ଏଟିଆର-୭୨ ବିମାନ ଚଳାଚଳ କରିବ।ଆସନ୍ତା ୨୭ ତାରଖ ଠାରୁ ଚାରିଦିନ ଧରି ଝାରସୁଗୁଡା-କୋଲକତା ମଧ୍ୟରେ ଏଲାୟନ୍ସ ଏୟାରର ବିମାନ ଚଳାଚଳ କରିବା ପରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ସହ ଉକ୍ତ ବିମାନ ଭୁବନେଶ୍ୱର-ବାରଣାସୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ।ଏହି ନୂତନ ଘୋଷଣା ସହ ଏଲୟାନ୍ସ ଏୟାର ର ବିମାନ ସେବା ସଂପ୍ରସାରିତ ହେବାକୁ ଯାଉଛି।ପ୍ରେସ ବିବୃତି ଅନୁଯାୟୀ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ଯାଏଁ ଚାରିଦିନ ଧରି କୋଲକତା ରୁ ଏଲାୟନ୍ସ ଏୟାରର ବିମାନ ପୂର୍ବାହ୍ନ ୧୧.୪୫ ରେ ଝାରସୁଗୁଡା ଅଭିମୁଖେ ଉଡିବ।ଝାରସୁଗୁଡା ଠାରେ ୧.୧୫ ରେ ପହଞ୍ଚିବା ପରେ ଝାରସୁଗୁଡା ରୁ ପୁଣି ୧.୪୫ ମିନିଟରେ କୋଲକତାକୁ ପ୍ରତ୍ୟାବର୍ତ୍ତନ କରିବ।ଯାହାକି କୋଲକତାରେ ଅପରାହ୍ନ ୩.୧୫ ରେ ପହଞ୍ଚିବ।୩୧ ଜାନୁଆରୀରୁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ହେବ।କୋଲକତା ରୁ ସକାଳ ୫.୫୦ ମିନଟରେ ବିମାନ ଉଡିବା ପରେ ୭.୨୦ ମିନିଟରେ ଝାରସୁଗୁଡା ରେ ପହଞ୍ଚିବ।୭.୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡା ରୁ ଛାଡିବା ପରେ ରାଏପୁର ରେ ୮.୫୦ ମିନିଟ ରେ ପହଞ୍ଚିବ।ରାଏପୁର ରୁ ୯.୧୫ ମିନିଟ ରେ ବିମାନ ଉଡିବା ସହ ଝାରସୁଗୁଡ଼ା ରେ ୧୦.୨୦ ମିନିଟ ରେ ପହଞ୍ଚିବ।ଝାରସୁଗୁଡ଼ା ରୁ ୧୦.୪୫ ମିନିଟ ରେ ଉଡ଼ିବା ପରେ ୧୧.୫୦ ମିନିଟ ରେ ଭୁବନେଶ୍ୱର ରେ ପହଞ୍ଚିବ।ସେହିପରି ୧୨.୧୫ ମିନିଟ ରେ ଭୁବନେଶ୍ୱର ରୁ ବିମାନ ଉଡ଼ିବା ପରେ ବାରଣାସୀ ରେ ଅପରାହ୍ନ ୨.୦୫ ମିନିଟ ରେ ପହଞ୍ଚିବ।୨.୩୦ ମିନିଟରେ ବାରଣାସୀ ରୁ ବିମାନ ଛାଡିବା ପରେ ୪.୨୦ ମିନିଟ ରେ ଭୁବନେଶ୍ୱର ରେ ପହଞ୍ଚିବା ସହ ଭୁବନେଶ୍ୱର ରୁ ଝାରସୁଗୁଡା ଅଭିମୁଖେ ବିମାନଟି ୪.୪୫ ମିନିଟରେ ଛାଡିବା ପରେ ଝାରସୁଗୁଡା ରେ ୫.୫୦ ମିନିଟରେ ପହଞ୍ଚିବ।ଝାରସୁଗୁଡା ରୁ କୋଲକତା କୁ ଉକ୍ତ ବିମାନ ସନ୍ଧ୍ୟା ୬ଟା୧୫ ମିନିଟ ରେ ଉଡିବା ପରେ କୋଲକତାରେ ୭.୪୫ ମିନିଟ ରେ ପହଞ୍ଚିବ।ଏଲୟନ୍ସ ଏୟାର ର ଝାସରସୁଗୁଡା ଠାରେ ଅବସ୍ଥାପିତ ଷ୍ଟେସନ ମେନେଜର ଅଭିଜିତ ଶତପଥୀ ଏବଂ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ଏସ.କେ.ଚୌହାନ ଏହି ନୂତନ ସମୟ ସାରଣୀ ଏବଂ ବିମାନ ଚଳାଚଳ ସମ୍ପର୍କରେ ସୂଚନା ଦେଇଛନ୍ତି।