ଭୁବନେଶ୍ୱର– ଆରମ୍ଭ ହେଲା ବିଜେପି ସାଙ୍ଗଠନିକ କର୍ମଶାଳା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା କର୍ମଶାଳା । ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଉପସ୍ଥିତ. ଜିଲ୍ଲା ସଭାପତି, ଜିଲ୍ଲା ନିର୍ବାଚନ ଅଧିକାରୀ, ସକ୍ରିୟ ସଦସ୍ୟ ପ୍ରମୁଖ ମାନେ ଉପସ୍ଥିତ । ଦଳର ସଦସ୍ୟତା ଅଭିଯାନର ସ୍ଥିତି ଏବଂ ସାଙ୍ଗଠନିକ ନର୍ବାଚନ ନେଇ ହେବ ଆଲୋଚନା । ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏଁ ସାଙ୍ଗଠନିକ ନିର୍ବାଚନ କରି ସଭାପତି ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା ହେବ । ଦଳର ସଙ୍ଗଠନ ମଜବୁତ ଦିଗରେ ଦିନ ତମାମ କର୍ମଶାଳାରେ ହେବ ଆଲୋଚନା । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ ।