ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କ ଓଡିଶା ଗସ୍ତଙ୍କୁ ବିରୋଧ । ବିରୋଧ କରିଛି ଯୁବ ଏବଂ ଛାତ୍ର କଂଗ୍ରେସ । କଂଗ୍ରେସ କର୍ମୀ ଏକାଠି କଂଗ୍ରେସ ଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଯାତ୍ରା କରିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି, ବେରୋଜଗାର ବଢ଼ି ଚାଲିଛି, ଅଦାନୀଙ୍କୁ ଜମି ପାଣି ପ୍ରଦାନ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏହାସହ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ ମାରିବାକୁ ବିରୋଧ କରିଛି କଂଗ୍ରେସ । ବିରୋଧ ସମୟରେ ସୁରକ୍ଷା ପାଇଁ ଗାନ୍ଧୀ ମାର୍ଗରେ ଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।
Related Stories
December 12, 2024