ଭୁବନେଶ୍ୱର– ରାଜ୍ୟରେ ଚାଲିଛି ଦୁଇଟି ଆଇନ ଏଭଳି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ନେତା ରଂଜିତ ପାତ୍ର କହିଛନ୍ତି ରାଜ୍ୟରେ ଦୁଇଟି ଆଇନ ଚାଲିଛି । ଯାଜପୁରରେ ବିଧାୟକ ଲୁକୁ ସାହୁଙ୍କୁ ଆକ୍ରମଣରେ ଘଟଣାରେ ବବି ଦାସଙ୍କ ଭାଈଙ୍କୁ ଗିରଫ କରାଗଲା । କିନ୍ତୁ ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ ମାରିବା ପରେ ବି ତାଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହା ଉଚିତ ନୁହେଁ ବୋଲି ରଂଜିତ ପାତ୍ର କହିଛନ୍ତି ।