
ଭୁବନେଶ୍ୱର- ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ରାଜ୍ୟ ସରକାର ରଖିବେ । ଓଡ଼ିଶା ନିଜ ଆଡୁ ମାଗିବେନି ବୋଲି ସ୍ପଷ୍ଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଓଡ଼ିଶାରେ ଆଳୁ ସଙ୍କଟ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି। ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ଅଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ବଜାରରେ ଦର ବୃଦ୍ଧି ହୋଇନି। ଆଜି ମୁଁ ଆଳୁ କିଣିଛି 30 ଟଙ୍କାରେ । କେଉଁଠି ଚଢା ଦର ରେ ବିକ୍ରି କଲେ ଚଢ଼ାଉ କରାଯିବ । ପରିବହନ ଖର୍ଚ୍ଚ ପାଇଁ ଯେମିତି ଦର ରହିବା କଥା ରହିଛି। ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସ୍ବାବଲମ୍ବୀ ହେବ। କୌଣସି ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।