କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ପଂଚାୟତର ବାସିନ୍ଦାମାନେ ଏହି ପଂଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବି ଜଣାଇଛନ୍ତି । ବୁଧବାର ଏହି ଗ୍ରାମବାସୀମାନେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ମୁତାବକ ୨୦୦୨ ମସିହାରେ ଦାମରପୁର ପଂଚାୟତରୁ ଅଲଗା ହୋଇ ବଳଭଦ୍ରପୁର ପଂଚାୟତ ଗଠନ କରାଯାଇଥିଲା । ବଳଭଦ୍ରପୁର ଓ ବାଲିପାଟଣାର ଦୁଇଟି ରାଜସ୍ୱ ଗ୍ରାମ ଓ ୪ଟି ପଡା ଗ୍ରାମକୁ ନେଇ ଏହା ସ୍ୱତନ୍ତ୍ର ପଂଚାୟତ ଭାବେ ଗଠନ କରାଯାଇଛି । ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ରାଜୀବ ସେବାକେନ୍ଦ୍ର, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପ୍ରଭୃତି ଖର୍ଦ୍ଧାପାଟଣା ଓ ବାଲିପାଟଣା ଗ୍ରାମରେ ଥିବାବେଳେ ସମସ୍ତ ସରକାରୀ ପ୍ରକଳ୍ପ ଗୁଡିକୁ ୫ଟି ରାଜସ୍ୱ ଗ୍ରାମରେ ନିର୍ମାଣ କରାଯାଇଥିବାବେଳେ ବଳଭଦ୍ରପୁର ଗ୍ରାମ ସବୁଥିରୁ ବଂଚିତ ହୋଇଛି । ଗ୍ରାମ ପଂଚାୟତ ସ୍ତରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ପାଇଁ ବଳଭଦ୍ରପୁର ଗ୍ରାମବାସୀମାନେ ଦାବି ଜଣାଇଥିଲେ ମଧ୍ୟ ଏହାକୁ ଖର୍ଦ୍ଧାପାଟଣାରେ କରିବା ପାଇଁ ଉଦ୍ୟମ କରାଯାଉଥିବା ଶୁଣିବାକୁ ମିଳିଛି । ବଳଭଦ୍ରପୁର ଗ୍ରାମର ବିଦ୍ୟାଶ୍ରମ ହାଇସ୍କୁଲ୍ ନିକଟରେ ଥିବା ସରକାରୀ ଜାଗାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିବା ପାଇଁ ଶଶି ଭୂଷଣ କୁଣ୍ଡୁ, କୈଳାସ ଚନ୍ଦ୍ର ମହାନ୍ତି, ଦାଶରଥି ମହାନ୍ତି, ସୁଦର୍ଶନ ମଲ୍ଲିକ ସମେତ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
Related Stories
November 24, 2024
November 24, 2024