ଭୁବନେଶ୍ୱର– ମେରା ସମ୍ବିଧାନ, ମେରା ସ୍ୱାଭିମାନ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ସମ୍ବିଧାନ ସ୍ଥାପନାର 75 ବର୍ଷ ପୂରଣ ହେବା ଅବସରରେ ମାଇ ଭାରତର ଯୁବ ସାଥୀଙ୍କ ସହ ମେରା ସମ୍ବିଧାନ, ମେରା ସ୍ୱାଭିମାନ ପଦଯାତ୍ରାରେ ସମ୍ମିଳିତ ହୋଇ ଯୁବଶକ୍ତିଙ୍କ ସାହସ ବଢାଇଲି । ଗଣତାନ୍ତ୍ରିକ ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରିବା ଓ ସାମ୍ବିଧାନିକ ମୂଲ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆମର ଯୁବକଙ୍କୁ ଏହି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ସମ୍ବିଧାନ ଭାରତର ଆତ୍ମା ଓ ସର୍ବୋଚ୍ଚ ବିଧାନ ଅଟେ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆମ ସମସ୍ତଙ୍କୁ କର୍ତ୍ତବ୍ୟ ଅଟେ ।