ଏତଦ୍ବ୍ୟତିତ ଜାଗା ମିଶନ , ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରଗୁଡିକୁ କାର୍ଯ୍ୟକ୍ଷମ କରାଯିବା , ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା , ସ୍ୱଚ୍ଛ ପାନୀୟଜଳ ଯୋଗାଣ , ସ୍ମାର୍ଟଷ୍ଟ୍ରିଟ୍ ଲାଇଟ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ପୌରପରିଷଦ ଗୁଡିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ ସାଙ୍ଗକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକୁ ତ୍ୱରାନ୍ନିତ କରିବା ଆବଶ୍ୟକ । ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ସହିତ ପ୍ରଦାନ କରାଯାଇଥିବା ଅର୍ଥ ବିନିଯୋଗ ପୂର୍ବକ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପରିମଳ ବ୍ୟବସ୍ଥା ଓ ଜମି ମାଲିକାନା ପ୍ରମାଣପତ୍ର ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଛତ୍ରପୁରଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀ ମାଥି ଭାଥନନ୍ଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉକ୍ତ ବୈଠକରେ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକ , ବିଭାଗୀୟ ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଉପଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା, ସଂପୃକ୍ତ ୩ ଗୋଟି ଜିଲ୍ଲାର ଜିଲ୍ଲାପାଳ , ପ୍ରକଳ୍ପ ନିଦେ୍ର୍ଧଶକ , କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୌରପରିଷଦଗୁଡିକର ପଦାଧିକାରୀମାନେ ଯୋଗ ଦେଇଥିଲେ ।
……..