

ଭଦ୍ରକ – ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଉଥିବା ଧୀବରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସୁଧୀର, ସମୁଦ୍ର ମଧ୍ୟରେ କେଉଁ ପ୍ରକାରର ସତର୍କତା ଅବଲମ୍ବନ କରାଯିବା ଉଚିତ୍, ସେମାନଙ୍କ ସୁରକ୍ଷା ଦିଗରେ କଣ ପଦକ୍ଷେପ ନିଆଯିବ, ସେଥିନେଇ ମତ୍ସ୍ୟଜୀବୀ ତଥା ଜନସାଧାରଣଙ୍କୁ ସଚେତନ କରିବା ଲାଗି ଭାରତୀୟ ତଟରକ୍ଷୀ ବାହିନୀର ଏକ ୨୫ ଜଣିଆ ପ୍ରତିନିଧି ଦଳ କୋଲକାତାରୁ ପାରାଦ୍ୱୀପ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପ୍ରତିନିଧି ଦଳ ଭଦ୍ରକରେ ପହଂଚିବା ପରେ ‘ସଂଜୀବ ହିରୋ’ ପକ୍ଷରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ହିରୋ ମୋଟୋକର୍ପ ସହଭାଗିତାରେ ଜାରି ରହିଛି । ତଟରକ୍ଷୀ ବାହିନୀର ଆସିଷ୍ଟାଂଟ କମାଣ୍ଡାଂଟ ଅନିମେଶ ମଜୁମଦାରଙ୍କ ନେତୃତ୍ୱରେ ଉକ୍ତ ଦଳ ହିରୋ ବାଇକ୍ ଯୋଗେ ଏହି ସଚେତନତା ଯାତ୍ରା ଜାରି ରଖିଛନ୍ତି । ଚରମ୍ପାରେ ସଂଜୀବ ହିରୋ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରୀତିରଂଜନ ଜେନା ଏହି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, କ୍ରୀଡାବିତ୍ ଗୋପାଳ ମହାପାତ୍ର ପ୍ରମୁଖ ଉକ୍ତ ଦଳକୁ ସ୍ୱାଗତ କରିଛନ୍ତି । ସଂଜୀବ ହିରୋର ଆଇନ୍ ପରାମର୍ଶଦାତା ଅତିଶ ବେହେରାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଏସ୍ବିଡି ଇଂଟରନ୍ୟାସ୍ନାଲ ସ୍କୁଲର ଛାତ୍ରଛାତ୍ରୀ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।