ଭଦ୍ରକ- ଭଦ୍ରକ ସହୀଦସ୍ମୃତି ଭବନ ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ୨୯ତମ ସ୍ୱନକ୍ଷେତ୍ର ଦିବସ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଜିଲ୍ଲାର ଶତାଧିକ ଅବସରପ୍ରାପ୍ତ ସୈନିକମାନେ ଯୋଗଦେଇଥିବାବେଳେ ନିମନ୍ତ୍ରିତ ସମସ୍ତ ଅତିଥିମାନେ ସଭାସ୍ଥଳକୁ ଆଗମନ ପୂର୍ବରୁ ଅମରଜ୍ୟୋତି ପ୍ରତିକ ଠାରେ ପୁଷ୍ପପ୍ରଦାନ ଓ ଉପବିସନ କରିଥିଲେ । ଅବସରପ୍ରାପ୍ତ ସୈନିକ ସଂଘର ସ୍ୱନକ୍ଷେତ୍ର ଉତ୍ସବରେ ଏନସିସି କମାଣ୍ଡର କର୍ଣ୍ଣେଲ ରଜେଶ ସିଂହ ଓ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ କରକମଳରେ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସୈନିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ରୋହିତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭେଟରାନ୍ ଅଶୋକ କୁମାର ମିଶ୍ର ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଏହି ଉତ୍ସବରେ ଏନସିସି କମାଣ୍ଡାର ରାଜେଶ ସିଂ ମୁଖ୍ୟ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ୟୁଏନ୍ କଲେଜର ଅଧ୍ୟକ୍ଷ ଡ଼. ପ୍ରହଲ୍ଲାଦ ପତି ଯୋଗଦେଇ ସୈନିକମାନେ ହେଉଛନ୍ତି ଏ ଦେଶର ରକ୍ଷା କବଚ, ଦିନରାତି ଏକ କରି ସେମାନେ ଦେଶମାତୃକାର ସେବାରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ବକ୍ତବ୍ୟରେ କହିଥିଲେ । ବରେଣ୍ୟ ଅତିଥି ଭାବରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟତମ ଅତିଥିଭାବେ ଭଗତସେନାରେ ଆବାହକ ସିଂତାଶୁ ମହାପାତ୍ର, ସଂଘର ସାଧାରଣ ସଂପାଦକ ଅଶୋକ କୁମାର ପାତ୍ର ସଂମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ସଂଘର ଉପଦେଷ୍ଟା ମହେଶ୍ୱର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ସୈନିକମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।