
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଙ୍ଗୀତ ସୁଧାକର ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି , ସଙ୍ଗୀତ ସୁଧାକର ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସେ ଏକାଧାରରେ ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ, ଗାୟକ, ସ୍ଵରକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ପ୍ରାକ ସ୍ଵାଧୀନତା କାଳରେ ଯେଉଁମାନେ ଓଡ଼ିଆ ସଙ୍ଗୀତକୁ ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ବାଳକୃଷ୍ଣ ଥିଲେ ସେମାନଙ୍କ ମଧ୍ୟରେ ଅନ୍ଯତମ। ସେଥିପାଇଁ ଗୁରୁ ବାଳକୃଷ୍ଣ ଦାଶ ଚିର ବନ୍ଦନୀୟ।