ଭୁବନେଶ୍ୱର– ଯୁବ ଚେହେରାଙ୍କୁ ପିସିସି ସଭାପତି କରିବାକୁ ଆମେ ମତ ଦେଇଛୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ସେ କହିଛନ୍ତି ଯେ, ଦିଲ୍ଲୀରୁ ଆସିଥିବା ଏଆଇସିସି ଦ୍ୱାରା ଗଠିତ କମିଟି ରାଜ୍ୟ ନେତୃବୃନ୍ଦଙ୍କ ମତାମତ ନେଇକି ଯାଇଛନ୍ତି । ବିଧାୟକ ଦଳର ଅନେକ ସଦସ୍ୟ କହିଛନ୍ତି ଯିଏ ସମସ୍ତ ନେତାଙ୍କୁ ସାଙ୍ଗରେ ନେଇ ଚାଲି ପାରୁଥିବେ, ପୁରୁଣା ଓ ନୂଆ କର୍ମୀ ଙ୍କ ସହିତ ହାତ ମିଳେଇ କାମ କରୁଥିବେ, ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ପାରୁଥିବେ, ସମସ୍ତ କର୍ମୀ ଙ୍କ ସହ ଆଲୋଚନା କରି ମତାନ୍ତର ଓ ମନାନ୍ତର ଦୂର କରି ପାରୁଥିବେ ସେହିଭଳି ଜଣେ ଯୁବ ଚେହେରାକୁ ପିସିସି ସଭାପତି କରିବାକୁ ଆମେ ମତ ଦେଇଛୁ । ଆଲୋଚନା ବେଳେ ଅନେକ ଲୋକଙ୍କ ନାଁ ଆସିଛି ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ମହମ୍ମଦ ମୁକିମ, ସପ୍ତଗିରି ଉଲ୍ଲକାଙ୍କ ନାଁ କୁ ନେଇ ଆଲୋଚନା ହେଉଛି । ଆମେ ଆମ ମତାମତ ଦେଇଛୁ ଏଆଇସିସି ଯାହା ନିଷ୍ପତ୍ତି ନେବ । କିନ୍ତୁ ଯୁବ ଚେହେରା ବର୍ତ୍ତମାନ ପରିସ୍ଥିତିରେ ପିସିସି ସଭାପତି ପାଇଁ ଫିଟ ହେବେ ବୋଲି ମଙ୍ଗୁ ଖିଲ ପ୍ରତିକ୍ରିୟା ରଖିଛନ୍ତି।
Related Stories
December 2, 2024