ଧେମାଜୀ (ଆସାମ)– ଧେମାଜୀ ଜିଲ୍ଲା ଜଜ୍ କୋର୍ଟ ଏକ ଦୁଷ୍କର୍ମ ମାମଲାରେ ଦୋଷୀକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।
ମାମଲାର ବିବରଣୀ ଅନୁସାରେ, ଘରେ କେହି ନଥିବାର ସୁଯୋଗ ନେଇ ଦୋଷୀ ଶଙ୍କର ଦେବନାଥ ଏହି ନାବାଳିକାଙ୍କୁ କିଛି ଦିନ ଧରି ଦୁଷ୍କର୍ମ କରିଥିଲା । ଏହା ଜାଣିବା ପରେ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକ ଏ ସମ୍ବନ୍ଧରେ ଥାନାରେ ଏତଲା କରିଥିଲେ । ସ୍ୱତନ୍ତ୍ର କୋର୍ଟଙ୍କ ନ୍ୟାୟାଧିଶ କୌଶିକ ହଜାରିକା ସିଲାପଥାର ପୋଲିସ ଷ୍ଟେସନରେ କେସ୍ ନଂ ୪୨୩/୨୦୨୦ ଏବଂ ସ୍ପେଶାଲ ପୋକସୋ ୦୨/୨୦୨୧ ନମ୍ବରରେ ମାମଲାରେ ୬ ନମ୍ବର ପୋକସୋ ର ଧାରା ଅନୁଯାୟୀ ରାୟ ଶୁଣାଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଅଧିବକ୍ତା ଅଜୟ ଫୁଗଲାଇ ମାମଲା ପରିଚାଳନା କରିଥିଲେ ।