ଭୁବନେଶ୍ୱର- ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବଡ ବୟାନ। ସରକାରକୁ ବିଜେଡ଼ି ଆସିବା ଲାଗି ଆମକୁ ପାଞ୍ଚ ବର୍ଷ ଯାଏ ଅପେକ୍ଷା କରିବାକୁ ନ ପଡିପାରେ। ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ। ଅଧିକାଂଶ ଆମ ଲୋକ ସେଠି ଅଛନ୍ତି। ସମୟକୁ ଅପେକ୍ଷା କରନ୍ତୁ। ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ ବୋଲି ମୁନା ଖାଁ କହିଛନ୍ତି । ସେ କହିଛନ୍ତି, ମୁଁ ସଭାରେ କହିଛି ବିଜେପି ବିଧାୟକ ବିଜେଡ଼ି ଲିଙ୍କରେ ଅଛନ୍ତି। ମିଡିଆ ସାମନାରେ କିଛି କହିନାହିଁ । ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ ବୋଲି ମୁନା ଖାଁ କହିଛନ୍ତି । ସରକାରକୁ ନେଇ ସବୁଠି ଅସନ୍ତୋଷ। ଜୟନାରାୟଣ ମିଶ୍ର ମୋ ବଡ ଭାଇ। ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ। ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ। ସେ କାହିଁ ଦଳ ବିଷୟରେ ଚିନ୍ତା କରୁଛନ୍ତି। ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି। ଦଳ ବିଷୟରେ ଚିନ୍ତା କରି ନିଜ ବ୍ଲଡପ୍ରେସରବଢାନ୍ତୁନି ବୋଲି ସେ କହିଛନ୍ତି।
Related Stories
November 21, 2024
November 21, 2024