ଖୋର୍ଦ୍ଧା– ଚିକିତ୍ସା ଅବହେଳାରୁ ରବିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି। ଏଭଳି ସ୍ଥିତିରେ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରାଯାଉଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନାନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପାରି ଗ୍ରାମର ଅନୁସୟା ମହାରଣା (୪୯) ଘର ବାରି ପଟେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସା ଅବହେଳାରୁ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଓ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ନେଇ ଟାଙ୍ଗୀ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
Related Stories
November 21, 2024
November 21, 2024