ପୁରୀ– ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ । ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ହଜାର ହଜାର ଟଙ୍କାର ପନିପରିବା । ବସ୍ତା ବସ୍ତା ଆଳୁ, ବାଇଗଣ,ସାରୁ, କଲରା, ଭେଣ୍ଡି, ପିଆଜ, ରସୁଣ ଓ ଅନ୍ୟାନ୍ୟ ପନିପରିବା ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । କେହି ଦୁର୍ବୃତ ପରିବା ହାଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଡେଲାଙ୍ଗ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି ।
Related Stories
December 12, 2024