-
ମନ୍ଦିରର ବିକାଶ ପାଇଁ ଯିବ ଏକ୍ସପର୍ଟ ଟିମ୍
-
ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ହେବ ହୀରାକୁଦ
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ କାର୍ଯ୍ୟକ୍ରମ ପରେ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମା ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଏଥିପାଇଁ ଖୁବ୍ ଶୀଘ୍ର ଏକ ବିଶେଷଜ୍ଞ ଟିମ୍ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ର୍
ସେହିପରି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୱାଟର ସ୍ପୋର୍ଟସ୍ , ଗାର୍ଡେନ୍ , କନଭେନସନ୍ ସେଂଟର , ଲ୍ୟାଣ୍ଡସ୍କେପିଙ୍ଗ୍ ଆଦିର ବିକାଶ କରାଯାଇ ହୀରାକୁଦକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।