ଭୁବନେଶ୍ୱର– ବାତ୍ୟାରେ 14 ଜିଲ୍ଲା ପ୍ରଭାବିତ ହୋଇଛି । 108 ବ୍ଲକ, 1671 ଗ୍ରାମ ପଂଚାୟତ, 31 ସହରର 426 ୱାର୍ଡ, 35 ଲକ୍ଷ 95 ହଜାର 15 ଲୋକ ସମ୍ପୂର୍ଣ ପ୍ରଭାବିତ ହୋଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 8ଲକ୍ଷ 10ହଜାର 896 ସ୍ଥାନାନ୍ତର କରାଯାଇଛି । 6210 ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ହୋଇଥିଲା । ଆଜି ସକାଳ 10 ସୁଦ୍ଧା 1178 ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି । ଲୋକେ ଫେରିବା ଆରମ୍ଭ କଲେଣି । ରନ୍ଧା ଖାଦ୍ୟ ମାଧ୍ୟମରେ 8ଲକ୍ଷ 10ହଜାର 896 ଲୋକ ଉପକୃତ ହୋଇଛନ୍ତି । ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ । ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି । ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ । ଆଜି ସକାଳ ଯାଏଁ ଜିରୋ କାଜୁଆଲଟି । 6ଲକ୍ଷ 59 ହଜାର 842 ପଶୁ ପ୍ରଭାବିତ ହୋଇଛନ୍ତି । ପଶୁଙ୍କୁ ସାପ କାମୁଡା ମାମଲା ମଧ୍ୟରେ ଭଦ୍ରକରୁ 4,ଯାଜପୁର 1,କେନ୍ଦ୍ରାପଡ଼ା 7 ।ସେହିପରି 28 ଜଣ ଲୋକଙ୍କୁ ସାପ କାମୁଡ଼ିଛି । ଏଥିରେ ଜଣେ ଡାକ୍ତର ବି ଅଛନ୍ତି । ହେଲେ ସମସ୍ତେ ସୁସ୍ଥ ଅଛନ୍ତି । ଚାଷ କ୍ଷତି 1ଲକ୍ଷ 25 ହଜାର 91.7 ହେକ୍ଟର । 5839 ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଖାଦ୍ୟରେ 2322.2 କଇଣ୍ଟାଲ ଚୁଡା ଓ 755 ପଲିଥିନ ଦିଆଯାଇଛି । ମେଡିକାଲ ଟିମ 335, ବିଦ୍ୟୁତ ସରବରାହ କାମ ସରିଲାଣି । ବୁଢାବଳଙ୍ଗ ସତର୍କ ସ୍ତରର 0.35 ମିଟର ଉପରେ ଅଛି । ହେଲେ ବିପଦ ସଂକେତ ନାହିଁ । ଜଳ ନିଷ୍କାସନ ଆହୁରି ଗତିଶୀଳ ହେବ । ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଆସିବ । ଏସଆରସିଙ୍କ ପାଖକୁ 14 ଜିଲ୍ଲାର ଜିଲାପାଳ ମାନେ ନଭେମ୍ବର 2 ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ । କେନ୍ଦ୍ରକୁ ରିପୋର୍ଟ ଦିଆଯିବ । କେନ୍ଦ୍ରୀୟ ଟିମ ମଧ୍ୟ ଆସିବ । କ୍ଷତିପୂରଣ ବି ଦିଆଯିବ । ପକା ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଛି । ହେଲେ ଏହା ବନ୍ୟା ବାତ୍ୟାରେ ଭାଙ୍ଗୁଛି । ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ । ପଂଚାୟତିରାଜ ବିଭାଗ ଏ ଦିଗରେ କାମ ଆରମ୍ଭ କଲେଣି ଯେ ଘର କିପରି ନ ଭାଙ୍ଗିବ । ବାତ୍ୟାରେ କୌଣସି ଅସ୍ୱାଭାବିକ ମୃତ୍ୟୁ ହୋଇନି । ଜଣେ 82 ବର୍ଷ ମହିଳାଙ୍କୁ ରିଲିଫ ସେଣ୍ଟର ଅଣାଯାଇଥିଲା । ତାଙ୍କୁ ଅସୁସ୍ଥ ଲାଗିବାରୁ ପୁଅ ଘରକୁ ନେଇଗଲେ । ହେଲେ ଆମ ଅଧିକାରୀ ତାଙ୍କୁ ପୁଣି ରିଲିଫ ସେଣ୍ଟର ଆଣିଲେ । ରିଲିଫ ସେଣ୍ଟରରେ ତାଙ୍କ ମୃତ୍ୟୁ ହୋଇଛି । ପୋଷ୍ଟ ମର୍ଟମ ରିପୋର୍ଟ କହୁଛି ଯେ ତାଙ୍କ ବାର୍ଦ୍ଧକ୍ୟ ଓ ଆଘାତ ଜନିତ ମୃତ୍ୟୁ । କେନ୍ଦୁଝର ମୃତ୍ୟୁ ବି ଅସ୍ୱାଭାବିକ ନୁହେଁ । ମୃତ୍ୟର ବନ୍ୟା କି ବାତ୍ୟା ସହ କୌଣସି ସମ୍ପର୍କ ନାହିଁ । ମୋହନ ମାଝୀଙ୍କ ଟିମ ମିଳିତ ଭାବେ କାମ କରିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
Related Stories
January 15, 2025