ମାଲକାନଗିରି, ମାଲକାନଗିରି ଜିଲ୍ଲା ଏମଭି ୭୯ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ଗ୍ରାମ ର ଜଗା ସୋଡି ଜିଲ୍ଲା ପୋଲିସ୍ ରେ ଏସପିଓ ଭାବେ କାର୍ଯ୍ୟରତ ଥିବା ସମୟରେ ୨୦୧୨ମସିହା ରେ ପଡିଆ ହାଟ ନିକଟରେ ମାଓବାଦୀ ଗୁଳି ରେ ସହିଦ୍ ହୋଇଥିଲେ।ମାଓବାଦୀ ଙ୍କ ଦ୍ୱାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମୁହୂର୍ତ୍ତ ରେ ନିଜ ର କର୍ମକାଳରେ ପୋଲିସ ବିଭାଗ କର୍ମଚାରି ମାନେ ଏ ଅଞ୍ଚଳ ରେ ସହିଦ ହୋଇଯାଇଛନ୍ତି! ଗତକାଲି ୬୫ ତମ ସହିଦ ଦିବସ ଅବସର ରେଏହି ସହିଦ ମାନଙ୍କ ସ୍ମୁତି ଉଦେଶ୍ୟରେ ତାଙ୍କ ପରିବାର ବର୍ଗ ଙ୍କୁ ଡକା ଯାଇ ସହିଦ ଙ୍କ ମୂର୍ତ୍ତି ରେ ପ୍ରଥମେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୟଳନ କରାଯାଇଥିଲା!ପରେ ଗାର୍ଡ ଅଫ ଅନର ପୋଲିସ ବିଭାଗ ଦ୍ୱାରା କରାଯାଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞ।ପନ କରାଯାଇଥିଲା!ସେମାନଙ୍କ ସହିଦ ବୃଥା ଯାଇନାହିଁ ତାଙ୍କମାନଙ୍କ ବଳିଦାନ ପରଠୁ ଆମେ ଶାନ୍ତି ରେ ଓ ଖୋଲା ଖୋଲି ବୁଲିପାରୁଛେ ବୋଲି ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍ କରା କହିଥିଲେ!ଏହି ଅବସରରେ ,ଏସ ଆଇ ଭୁ ବନେଶ୍ୱର ପଟନାୟକ,ଏସ ଆଇ ଶ୍ରୀଚନ୍ଦନ ବେହେରା ଏବଂ ସହିଦ୍ ଙ୍କ ପରିବାର, ସିମିଳି ବାଞ୍ଚା ସରପଞ୍ଚ ସୀଙ୍ଗା ମାଡ଼କାମି, ଜିଲ୍ଲାବିଜେଡି ସମ୍ପାଦକ ଶୁଭ୍ରାଂଶୁ ସାହୁ ଉପସ୍ଥିତ ଥିଲେ ।
Related Stories
January 15, 2025