ଧର୍ମଶାଳା – ବିଶ୍ୱ ବିଦ୍ୟାଳୟ ଅନୁୁଦାନ ଆୟୋଗ ଓ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ଆନୁକୁଲ୍ୟରେ ଆଧୁନିକ ଭାରତବର୍ଷରେ ଜାତୀୟତାବାଦ ଓ ଧର୍ମ ନିରପେକ୍ଷତା ଶୀର୍ଷକ ଆଲୋଚନାଚକ୍ର ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ କଲେଜ ପରିଚାଳନା ସମିତିର ସଭାପତି ତଥା ବିଧାୟକ ଅମର ପ୍ରସାଦ ଶତପଥି ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ଶତପଥି ଧର୍ମ ନିରପେକ୍ଷତା ଭାରତର ଗର୍ବ ଓ ଏହା ସମ୍ବିଧାନ ପାଇଁ ମୁଖ୍ୟ ଆଧାର ବୋଲି କହିଥିଲେ । ଭାରତର ସମ୍ବିଧାନ ବିଶ୍ୱପାଇଁ ଦୃଷ୍ଟାନ୍ତ ଓ ଏହାକୁ ବଜାୟ ରଖିବା ସହ ଜାତୀୟତା ବନ୍ଧନରେ ବାନ୍ଧି ରହିବା ସବୁ ଭାରତୀୟଙ୍କ ପାଇଁ ଲକ୍ଷ ହେଉ ବୋଲି ବିଧାୟକ କହିଥିଲେ । ମୁଖ୍ୟବକ୍ତା ଭାବେ ପଶ୍ଚିମବଙ୍ଗର ବର୍ଦ୍ଧମାନ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ଅଚିନ୍ତ୍ୟ କୁମାର ଦତ ଭାରତୀୟ ସମ୍ବିଧାନ ଜାତୀୟତା ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଏବେ ସମସ୍ତେ ଭାରତୀୟ ଚିନ୍ତା କରିବାର ସମୟ ଆସିଛି ବୋଲି ମନିଜ ବକ୍ତବ୍ୟରେ କହିଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ଅଶୋକ କୁମାର ପଟ୍ଟନାୟକ ଓ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ବସନ୍ତ କୁମାର ମଲିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କଲେଜର ଅଧ୍ୟକ୍ଷ ଡ.ବିରେନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲାବେଳେ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଇନ୍ଦୁମତି ଦାସ ଆଲୋଚନାଚକ୍ରକୁ ସଂଚାଳନ କରିଥିଲେ । ଅଧ୍ୟାପକ ନିରାକାର ପାତ୍ର ଓ ଅଧ୍ୟାପିକା ଡ.ରେଖାରାଣୀ ଖୁଂଟିଆ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଦ୍ୱିତୟାର୍ଦ୍ଧର ଆଲୋଚନାଚକ୍ରକୁ ପ୍ରାଧ୍ୟାପକ ବିଜୟ କୁମାର ପାତ୍ର ଓ ସୁବାଷ ଚନ୍ଦ୍ର ବାରିକ ପରିଚାଳନା କରିଥିଲେ । ଏଥିରେ କଲେଜର ବହୁ ଅଧ୍ୟାପକ ଓ ଅଧ୍ୟାପକ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ପ୍ରାକ୍ତନ ଅଧ୍ୟକ୍ଷ ପଦ୍ମଚରଣ ରାଉତରାୟ, ଡ.ନରେନ୍ଦ୍ର କୁମାର ମହାନ୍ତି, ଡ.କେଦାରନାଥ ଦାସ, ଡ.ସୁରେନ୍ଦ୍ରନାଥ ପଣ୍ଡା, ବେଣୂଧର ଶରଣ, ଡ.ଅଜୟ କୁମାର ଲେଙ୍କା, ଅଧ୍ୟାପକ ଦୋଳଗୋବିନ୍ଦ ପ୍ରତାପ ଓ ଅଧ୍ୟାପକ ତ୍ରିଲୋଚନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 26, 2024