![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲି। ଲ୍ୟାଣ୍ଡଫଲ କରିବା ପରେ ବାତ୍ୟାର ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି। ପରିସ୍ଥିତିର ଅନୁଧ୍ୟାନ କରିବା ସହ ସ୍ଵଭାବିକ କରିବା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ବାତ୍ୟା ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ ସହ ବର୍ତ୍ତମାନ ପରିସ୍ଥିତିରେ ରିଲିଫ, ଉଦ୍ଧାରକାର୍ଯ୍ୟ, ଯୋଗାଯୋଗ, ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ, ‘ଜିରୋ କାଜୁଆଲିଟି’ କୁ ଗମ୍ଭୀରତା ସହ ନେଇ ଲୋକଙ୍କ ସରକାର କାର୍ଯ୍ୟ କରୁଛନ୍ତି।