କୋଲକାତା- ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନେ ପୁଣି ଥରେ ରାଜ୍ୟର ମୁଖ୍ୟ ସଚିବ ମନୋଜ ପନ୍ତଙ୍କୁ ଇମେଲ ପଠାଇ ସରକାରୀ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ପରାମର୍ଶ ଦେଇଛନ୍ତି । ଗୁରୁବାର ରାତି 12.05 ମିନିଟ ସମୟରେ ୱେଷ୍ଟ ବଙ୍ଗାଲ ଜୁନିୟର ଡାକ୍ତର୍ସ ଫ୍ରଂଟ ପକ୍ଷରୁ ଏହି ଇମେଲ ପଠାଯାଇଛି, ଯେଉଁଥିରେ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟସଂସ୍ଥାର ସେବାରେ ଉନ୍ନତି ଆଣିବା ପାଇଁ 6ଟି ମୁଖ୍ୟ ଦାବି ରହିଛି ।
ଡାକ୍ତରମାନେ ମୁଖ୍ୟ ସଚିବଙ୍କୁ ଲେଖିଥିବା ଇମେଲରେ କହିଛନ୍ତି ଯେ, ଆପଣ ଏବେ ବାତ୍ୟା ଦାନା ଯୋଗୁ ସଂଭାବିତ କ୍ଷୟକ୍ଷତିକୁ କମ କରିବା ଉପାୟରେ ବ୍ୟସ୍ତ ଅଛନ୍ତି ଏବଂ ଆମେ ବି ଏଥିପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ଅକ୍ଟୋବର 21ରେ ହୋଇଥିବା ଆଲୋଚନା ଆଧାରରେ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଜରୁରୀ ମନେ ହେଲା, ଯାହାକି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ଅଟେ ।