
ଝାରସୁଗୁଡା-(ହିସ)ଝାରସୁଗୁଡା ସଦର ବ୍ଲକ ତାଳପଟିଆ ହାଇସ୍କୁଲ ର ୫୦ ବର୍ଷ ପୁର୍ତ୍ତି ଅବସରରେ ତିନିଦିନ ବ୍ୟାପି ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ବିଦ୍ୟାଳୟ ର ପୂର୍ବତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ଓ ଅମଲିପାଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଭା ପଟ୍ଟନାୟକ ଙ୍କ। ଦ୍ଵାରା ପରିଚାଳିତ ଉଦଯାପନି ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ମୁଖ୍ୟ ଅତିଥି, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ,ନେତାଜି ସୁବାଷ ବୋଷ କଲେଜର ଓଡ଼ିଆ ଅଧ୍ୟାପକ ଡ଼ା ଶ୍ୟାମ ଭୋଇ, ରାଜ୍ୟର ଅଗ୍ରଣୀ ରକ୍ତ ଦାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ଦୁର୍ଗା ପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ସମ୍ମାନିତ ଅତିଥି ଓ ସମ୍ବଲପୁର ବିଇଡି କଲେଜର ପ୍ରାକ୍ତନ ଅଧ୍ୟକ୍ଷା ନିରୂପମା ବଡ଼ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।ଶେଷରେ ସୁବର୍ଣ୍ଣ ଜୟନ୍ତୀ କମିଟି ର ସମ୍ପାଦକ ଅଜୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନ ଶିବିରକୁ ଓଡିଶା ଦ୍ଵିତୀୟ ସଶସ୍ତ୍ର ପୋଲିସ ବାହିନୀର ଦୁର୍ଗପତି ଆଶୀଷ ଦୁବେ ଉଦ ଘାଟନ କରିଥିଲେ I ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ସମ୍ବଲପୁର ର ‘ରଙ୍ଗଫରୁୁଆ’ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।