ଝାରସୁଗୁଡ଼ା- ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମେଗା ଆଇନ ସେବା ଶିବିର ଝାରସୁଗୁଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷର ସଦସ୍ୟ ସଚିବ ଦେବାଶୀଷ ନାୟକ । ଶିବିରକୁ ଉଦଘାଟନ କରି ମୁଖ୍ୟ ଅତିଥି ଶ୍ରୀ ନାୟକ ବିଭିନ୍ନ କ୍ଷେତ୍ରରେ ଯୋଗାଇ ଦିଆଯାଉଥିବା ନିଃଶୁଳ୍କ ଆଇନ ସେବା ସମ୍ପର୍କରେ ଆଲୋଚନା କରି ସମସ୍ତେ ଏ ଦିଗରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ସୁସ୍ଥ ସମାଜ ଗଠନ ସକାଶେ ସମସ୍ତେ ନ୍ୟାୟୋଚିତ ଉପାୟରେ ନିଜର ଅଧିକାର ସାବ୍ୟସ୍ତ କରିବା ଉଚିତ ବୋଲି ସେ କହିଥିଲେ । ଜିଲ୍ଲା ଦୌରା ଜଜ ପ୍ରଦ୍ୟୁମ୍ନ କୁମାର ନାୟକ , ପବ୍ଲିକ ୟୁଟିଲିଟି ସର୍ଭିସେସ ଅଧ୍ୟକ୍ଷ ଦୁର୍ଗା ଶଙ୍କର ମିଶ୍ର , ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂ ସ୍ଥା ପ୍ରକଳ୍ପ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆଇନ ସେବାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।
Related Stories
January 3, 2025