 
                ନୁଆଦିଲ୍ଲୀ-କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭାରତରେ ସହରାଂଚଳ ଜମି ରେକର୍ଡଗୁଡିକର ସର୍ଭେ ପୁନଃ ସର୍ବେକ୍ଷଣରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ପ୍ରସଙ୍ଗରେ ଦୁଇଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଆଜି ସୋମବାର ଏଠାରେ ଥିବା ଡ,ଅମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଉଦଘାଟନ କରିବେ ।ଜମି ସମ୍ବଳ ବିଭାଗ କର୍ମଶାଳାର ଆୟୋଜନ କରୁଛି ।
କର୍ମଶାଳାର ପ୍ରଥମ ଦିନରେ ସିଙ୍ଗାପୁର,ଦକ୍ଷିଣ କୋରିୟା,ୟୁକେ,ସ୍ପେନ,ନେଦରଲ୍ୟାଣ୍ଡ,ୟୁଏଇ,ଫ୍ରାନ୍ସ,,ୟୁଏସଏ,ଜାପାନ ଏବଂ ଜର୍ମାନୀ ଭଳି ଦେଶର ବିଶେଷଜ୍ଞଙ୍କ ଦ୍ୱାରା ଡିଜିଟାଲ ଜମି ରେକର୍ଡରେ ସର୍ବୋତ୍ତମ ଅଭ୍ୟାସଗୁଡିକୁ ପ୍ରଦର୍ଶିତ କରି ଏକ ଉପସ୍ଥାପନ ଦିଆଯିବ ।

 
                    







