କେନ୍ଦ୍ରାପଡ଼ା – କେନ୍ଦ୍ରାପଡାରେ ଏକ ଜିଲ୍ଲାସ୍ତରୀୟ ଲୋକ ଅଦାଲତ୍ ରବିବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅଦାଲତ୍ ପରିସରରେ ଜିଲ୍ଲା ଦୈାରାଜର୍ଜ ମାନ୍ୟବର ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତ୍ରେ ଜମିଜମା କେଶ୍ ୧୨ଟି ପଂଜୀକରଣ ହୋଇଥିବାବେଳେ ମାତ୍ର ଗୋଟିଏ କେଶ୍ ଫଇସଲା ହୋଇ ୩୨ ହଜାର ୪୬୦ ଟଙ୍କା ଆଦାୟ ହୋଇଛି । ସେହିପରି ଗଣ୍ଡଗୋଳ କେଶ୍ ୧୦ଟି ପଂଜୀକରଣ ହୋଇ ୨ଟି ଫଇସଲା ହୋଇଛି । ପାରିବାରିକ ମାମଲା ୧୯ଟି ପଂଜୀକରଣ ହୋଇ ୫ଟି ଫଇସଲା ହୋଇଛି । ସେହିପରି ତହସିଲର ୧୧୨୯ଟି ମାମଲାର ପଂଜୀକରଣ ହୋଇ ୯୬୬ଟି ଫଏସଲା ହୋଇ ୪ ଲକ୍ଷ ୫୫ ହଜାର ୫୮୬ ଟଙ୍କା ଆଦାୟ ହୋଇଛି । ଏହି ଲୋକ ଅଦାଲତରେ ମାନ୍ୟବର ପରିବାର ଅଦାଲତ୍ ବିଚାରପତି ଅନିତା ସାହୁ, ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ରେଜିଷ୍ଟର ବିଶ୍ୱରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।