
ଚମ୍ପୁଆ, . ପନ୍ଦର ଦିନ ରୁ ଉର୍ଦ୍ଧ ହେବ ଅଚଳ ହୋଇପଡିଛି ବୋରିଙ୍ଗ। ଫଳରେ ପାଣି ପାଇଁ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଅନ୍ତେବାସୀ। ଏ ନେଇ ଚମ୍ପୁଆ ସମ୍ମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା କୁ ଲିଖିତ ଅବଗତ କରାଯାଇଥିଲେ ମଧ୍ୟ ବିଭାଗ କୌଣସି ଗୁରୁତ୍ଵ ଦେଉନଥିବା ଅଭିଯୋଗ ହେଉଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା କେବି ଉଚ୍ଚ ବିଦ୍ୟାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରେ ଏହି ଅବ୍ୟବସ୍ଥା କୁ ନେଇ ଅଭିଭାବକ ଅସନ୍ତୋଷ ଦେଖା ଦେଇଛି। ପୂଜା ଛୁଟି ପୂର୍ବରୁ ଏହି ହଷ୍ଟେଲ ରେ ଥିବା ଏକମାତ୍ର ବୋରିଙ୍ଗଟି ଅଚଳ ହୋଇଯିବାରୁ ହଷ୍ଟେଲ କୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।ଏ ନେଇ ବିଦ୍ୟାଳୟ କତୃପକ୍ଷ ତରଫରୁ ଚମ୍ପୁଆ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ବିଭାଗ ଏହାକୁ ଗୁରୁତ୍ଵ ଦେଉନଥିବା ଅଭିଯୋଗ ହୋଇଛି।ଏବେ ଛୁଟି ପରେ ହଷ୍ଟେଲ ଖୋଲା ହୋଇଯାଇଛି। ମାତ୍ର ହଷ୍ଟେଲ କୁ ପାଣି ଯୋଗାଣ ହେଉନଥିବା ଯୋଗୁଁ ହଷ୍ଟେଲ ର ୧୦୦ ଅନ୍ତେବାସୀ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଶୌଚ ତଥା ଗାଧୁଆ ପାଧୁଆ ସହିତ ପିଇବା ପାଣି ହଷ୍ଟେଲ ପରିସର ବାହାରେ ଥିବା ଏକ ମାତ୍ର ନଳକୂଅ ଉପରେ ଭରସା କରୁଥିବା ଦେଖାଯାଇଛି। ବିଭାଗୀୟ ଅଧିକାରୀ ଙ୍କ ଅବହେଳା ପାଇଁ ହଷ୍ଟେଲ ଅନ୍ତେବାସୀ ସମସ୍ୟା ର ସମ୍ମୁଖୀନ ହେବା ତଥା ଅସୁରକ୍ଷିତ ଭାବେ ବାହାରୁ ପାଣି ଆଣି ନିଜ ନିତ୍ୟକ୍ରମ କରିବା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।