ଗଞାମ– ସୋରଡା ସୁରମଣୀଦକ୍ଷିଣକାଳୀ ମନ୍ଦିରରେ ଗତକାଲି ଲୁଟେରା ମାନେ ତାଲା ଭାଂଗି ଦକ୍ଷିଣ କାଳୀକଂ ମସ୍ତକରୁ ମକୁଟ ସମେତ ଲାଗିହୋଇ ଥିବା ଲକ୍ଷାଧିକ ଟଂକାର ସୁନାରୂପା ଅଳକାଂର ଲୁଟି ନେଇଛନ୍ତି । ସକାଳେ ପୂଜକ ଏହାଦେଖି ପରିଚାଳନା କମିଟିକୁ ଜଣାଇବା ପରେ ସୋରଡା ପୁଲିସ୍ ରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । କିଛି ଦିନ ହେଲା ସୋରଡା ଅଂଚଳରେ ଅନେକ ମନ୍ଦିର ରୁଚୋରୀ ଘଟଣା ହୋଇଥିଲେ ମଧ୍ୟ ଲୁଟେରା ମାନଙ୍କୁ ପୁଲିସ୍ ଧରିପାରୁନଥିବାରୁ ଲୁଟେରା ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି ।
Related Stories
November 21, 2024
November 21, 2024