କନ୍ଧମାଳ– କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କୋଟଗଡ଼ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ପଞ୍ଚାୟତର ମାଦାଗୁଡ଼ି ଗ୍ରାମ ଠାରୁ ଜୁଡ଼ାବାଲି ପଞ୍ଚାୟତକୁ ଯାତାୟତ ନିମନ୍ତେ ଭଲ ରାସ୍ତାଟିଏ ନାହିଁ। ରାସ୍ତା ସାଙ୍ଗକୁ ଆହୁରି ବଡ ସମସ୍ୟା ପଞ୍ଚାୟତ ପୂର୍ବରୁ ପଡେ ଫଳଫଳି ନଦୀ। ପୋଲ ନଥିବାରୁ ଲୋକେ ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି। ନଦୀ ଉପରେ ପୋଲ ନାହିଁ ବର୍ଷ ବର୍ଷ ଧରି ଲୋକେ ଏହି ନଦୀ ପାର ହୋଇଥାନ୍ତି। ଗ୍ରୀଷ୍ମ ଋତୁରେ ଯେମିତି ସେମିତି ଭାବରେ ଯାତାୟତ କରିଥାନ୍ତି। କିନ୍ତୁ ଶୀତ ଦିନେ ଓ ବର୍ଷା ଦିନରେ ଏହି ଗାଁ ର ଲୋକଙ୍କ ଦୁଃଖ କହିଲେ ନସରେ। ପଞ୍ଚାୟତରୁ ପିଡିଏସ ଚାଉଳ ଆଣିବା ବନ୍ଦ ହୋଇଯାଏ ଏବଂ ବୃଦ୍ଧା ବୃଦ୍ଧା ମାନେ ବାର୍ଦ୍ଧକ୍ୟ ଭତା ମଧ୍ୟ ଆଣିବାରେ ବଞ୍ଚିତ ହେଉଛନ୍ତି। ବର୍ଷ ବର୍ଷ ଧରି ଲୋକେ ଏହି ନଦୀରେ ପାର ହୋଇ ଯାତାୟତ କରନ୍ତି। ନଦୀରେ ବର୍ଷା ଦିନରେ ଭାସି ଯାଇ କିଛି ଗ୍ରାମବାସୀ ଜୀବନ ହରାଇଛନ୍ତି । ଆର ପାରିରେ ରହିଛି ପଞ୍ଚାୟତ କାର୍ଯ୍ୟାଳୟ ଓ ଅନେକ ଗ୍ରାମ, ସାହି, ପଡା ରହିଅଛି। ବର୍ଷା ଦିନରେ ଏହି ନଦୀରେ ପ୍ରବଳ ସ୍ରୋତ ଥାଏ ନଦୀ ପାର ହେବା ସମ୍ଭବ ନାହିଁ। ବର୍ଷା ଦିନରେ ଦୁଇ ଗୋଟି ପଞ୍ଚାୟତର ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେଇଥାଏ। ବ୍ଲକ, କୋଟଗଡ, ବଜାର, ତହସିଲ କାର୍ଯ୍ୟାଳୟକୁ ମଧ୍ୟ ଯାତାୟତ ସମ୍ପୂର୍ଣ୍ଣ ଠପ ହେଇଥାଏ। ନଦୀ ସେପଟର ଲୋକେ ସେପଟେ ଏପଟର ଲୋକେ ଏପଟେ ରହିଥାନ୍ତି କିଏ କାହା ସହ ଯୋଗାଯୋଗ ବିଛିନ୍ନ ହୋଇଥାଏ। ନଦୀ ଆର ପାରିରେ ରହୁଥିବା ଗ୍ରାମ ଗୁଡିକ ମଧ୍ୟରୁ ମାଦାଗୁଡ଼ି, ଗେଟାବାଲି, ନୂଆଗାଁ, ସାକାର ଯୋଡି, ସିମଟି ଗୁମା, ଗେଟାବାଲି, ରିଣ୍ଡା ବାଲି, ଆଡଙ୍ଗାମାଳ, ପାଟାଙ୍ଗ ପଦର ଓ ଧରାକଟ ପଞ୍ଚାୟତର ଲୋକେ ଏହି ନଦୀ ପାର ହୋଇ ଯାତାୟତ କରନ୍ତି। ଖାଲି ଦୁଇ ଗୋଟି ପଞ୍ଚାୟତ ସମେତ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଳକ ର ମଧ୍ୟ ଚନ୍ଦ୍ରପୁର, ହନୁମତପୁର ପରି ଅନ୍ୟାନ୍ୟ ଗ୍ରାମର ଲୋକଙ୍କ ଏହି ନିତିଦିନିଆ ରାସ୍ତା ଏବଂ ଯିବା ଆସିବା କରିବାର ଅତି ପାଖ ହୋଇଥାଏ। ଯଦି ଏହି ନଦୀରେ ପୋଲ ହୁଅନ୍ତା ତାହାହେଲେ ଚାରି ହଜାରରୁ ଉର୍ଦ୍ଧ ଲୋକଙ୍କ ଯାତାୟତରେ ସୁବିଧା ହେଇପାରିଥାନ୍ତା ବୋଲି ଅଞ୍ଚଳ ବାସୀ ଏବଂ ବୁଦ୍ଧିଜିବୀ ମାନେ କହିଥାନ୍ତି। ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜୁଡ଼ାବାଲି ପଞ୍ଚାୟତ ର ମାଦାଗୁଡ଼ି ଗ୍ରାମରେ ଥିବା ଫଳଫଳି ନଦୀରେ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ତରୁଣୀସେନ ଭାଟ, ଜୟସେନ ଭାଟ, ସଂସାରୀ ସାହୁ, କୃତି ବାସ ଭାଟ, ଉମାଶ ବେହେରେ ଦଳେଇ, ପୁନା ଭାଟ, ସରଦେଇ ଭାଟ, କୃଷ୍ଣ ବଟକର,କାକାଟିଆ ମାଲିକ,ମଙ୍ଗୁଲିଙ୍ଗ ମାଲିକ, ଲେବେଡା ମାଲିକ, ପିଚିଲା ମାଲିକ, ଶନ୍ତଷ ବାଡ଼ତିଆ, କୃତି ବାସ ବଡତିଆ, ଶନି ମାଲିକ, ଜୟରାମ ମାଲିକ, ମିନା ମାଲିକ, ଅଶୋକ ମାଲିକ, କୁନୁ ମାଲିକ, ସାମନାଥ ମାଲିକ, ମେଣ୍ଢା ମାଲିକ, ସାଲେନ୍ଦ୍ର ମାଲିକ ନବୀନ ମାଲିକ,ଜୁଡ଼ାବାଲି ସରପଞ୍ଚ ଶ୍ରୀମତୀ ସୁଜିତା ଗୁଣ୍ଡ୍ରା ମାଝୀ ପ୍ରକାଶ କରିଛନ୍ତି।
Related Stories
November 21, 2024
November 21, 2024