
ଝାରସୁଗୁଡା-ଝାରସୁଗୁଡା ବେଦାନ୍ତ ଲିମିଟେଡ଼ ଦ୍ୱାରା ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି।ଜାନୁଆରୀ ୧୧ ରୁ ଆରମ୍ଭ ହୋଇଥବା ଏହି ଅଭିଯାନରେ ସଡ଼କ ସୁରକ୍ଷା ସମ୍ବନ୍ଧରେ କମ୍ପାନୀ ତରଫରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଜିଲ୍ଲା ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ସହାୟତାରେ ଝାରସୁଗୁଡା ସହରରେ ଟ୍ରାଫିକ ନିୟମାବଳୀ ଅବଲମ୍ବନ କରୁଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ଏବଂ ଚକୋଲେଟ ଦେଇ ସ୍ୱାଗତ ଜଣାଯାଇଥିଲା।କମ୍ପାନୀ ଆଖପାଖ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଗାଡି ଚାଲନା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିବା ବେ କୁଇଜ ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ବିଭାଗରେ ଜାଗରଣ ସୃଷ୍ଟି କରାଯାଇଥିଲା।କମ୍ପାନୀକୁ ସୁରକ୍ଷା କ୍ଷେତ୍ରରେ ଏକ ଉଦାହରଣ ଭାବେ ପ୍ରତିଷ୍ଠିତ କରିବାକୁ ଆମେ ସଦା ସର୍ବଦା ଚେଷ୍ଟିତ ବୋଲି ବେଦାନ୍ତ ସିଇଓ ସିଏନ ସିଂ ମତପ୍ରକାଶ କରିଥିଲେ।