ଭୁବନେଶ୍ୱର– ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପାଞ୍ଚଟି ଭାଷାର ଅଭିଜ୍ଞ ବିଦ୍ୱାନ ମାନଙ୍କ ସହିତ ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ପାଲି , ପ୍ରାକୃତ, ମରାଠୀ, ବଙ୍ଗଳା ଏବଂ ଅସମିୟା—ବିଦ୍ୱାନମାନେ ଉପସ୍ଥିତ ଥିଲେ ।
ସୋସିଆଲ ମିଡିଆ ମାଧ୍ୟମରେ ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇ ପ୍ରଧାନ ତାଙ୍କର ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଭାଷାର ଅଭିଜ୍ଞ ବିଦ୍ୱାନମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସମୃଦ୍ଧ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ତାଲିକାରେ ସ୍ଥାନ ଦିଆଯିବା କାରଣରୁ ଭାରତୀୟ ଭାଷା ସମ୍ପଦ ଅଧିକ ଉନ୍ନତ ହେବ ବୋଲି ସେମାନେ କହିଛନ୍ତି । ଏହା ସହିତ ଏହି ଭାଷାଗୁଡିକୁ ଅଧିକ ସମୃଦ୍ଧ କରିବା ନିମନ୍ତେ ସେମାନେ ସଂକଳ୍ପ ନେଇଛନ୍ତି।
ପ୍ରଧାନ କହିଛନ୍ତି ଯେ, ଆମର ଭାଷାଗୁଡ଼ିକ ‘ଭାରତୀୟତା’ର ଆତ୍ମା, ଏବଂ ଭାରତୀୟ ଭାଷାଗୁଡ଼ିକୁ ଶିକ୍ଷାରେ ପ୍ରୋତ୍ସାହନ ଦେବା ପାଇଁ ନରେନ୍ଦ୍ର ମୋଦୀ ସରକାର ସଂକଳ୍ପବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଜାତୀୟ ଶିକ୍ଷା ନୀତି 2020 ର ଲକ୍ଷ୍ୟ ସହିତ ସମନ୍ୱୟରେ ଭାରତୀୟ ଭାଷାମାନଙ୍କୁ ପ୍ରଚାର ଏବଂ ସମ୍ବଲିତ କରିବା ପାଇଁ ସରକାର ସମଗ୍ର ପ୍ରୟାସ କରୁଛି।
ସେ କହିଛନ୍ତି ଯେ ଯେ ସରକାର ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ, ବହୁଭାଷୀତ୍ୱକୁ ପ୍ରୋତ୍ସାହନ ଦେବା ଏବଂ ଭାରତୀୟ ଭାଷାମାନଙ୍କର ଆନ୍ତର୍ଜାତିକ ସ୍ଥାନକୁ ସୁଦୃଢ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି। ଆମେ ଆମର ଭାଷା ସମ୍ପଦକୁ ସମ୍ମାନ, ପାଳନ କରିବା ଏବଂ ସୁରକ୍ଷା କରିବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।