କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେବାଧିଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କରୁଣାରୁ ସଂସ୍କୃତ ସାହିତ୍ୟ ଇତିହାସକୁ ଜ୍ୟୋତିର୍ମୟ ତଥା ରୁଦ୍ଧିମନ୍ତ କରି ଓଡ଼ିଶାରେ ସର୍ବ ପ୍ରଥମ ଭାବେ ମହାକବି ଭଗଵାନ ବ୍ୟାସ ବିରଚିତ ମୂଳ ସଂସ୍କୃତ ଭାଗବତର ପ୍ରତିଟି ଶ୍ଲୋକର ଶବ୍ଦ ବ୍ୟୁତ୍ପତ୍ତି, ଆକ୍ଷରିକ ଅର୍ଥ ସହ ପଣ୍ଡିତ ରଞ୍ଜନ ଦାଶଙ୍କ ଅନୂଦିତ ସାନ୍ୱୟ ନବାକ୍ଷରୀ କାବ୍ୟ ରୂପାନ୍ତର ପ୍ରକାଶ ପାଇଲା। ଦ୍ବାଦଶ ସ୍କନ୍ଧ ଯୁକ୍ତ ଏହି ମହାପୁରାଣକୁ ପଣ୍ଡିତ ଦାଶ ପାଞ୍ଚଟି ପୁସ୍ତକଖଣ୍ଡରେ ପ୍ରକାଶିତ କରିଛନ୍ତି । ସପ୍ତମ , ଅଷ୍ଟମ, ନବମ ସ୍କନ୍ଧକୁ ନେଇ ପୁସ୍ତକଟିର ଅବଶିଷ୍ଟ ଖଣ୍ଡ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ଵାର ସମ୍ମୁଖରେ ଭାଗବତ ପ୍ରେମୀ ତଥା ବୈଷ୍ଣବମାନଙ୍କ ଉପସ୍ଥିତିରେ ଲୋକାର୍ପଣ ହୋଇଛି । ପୁରୀ ଭାଗବତ ଆଶ୍ରମର ପୂଜ୍ୟ ବହ୍ମଚାରୀ ବ୍ରଜ ବାବା, ପୂଜ୍ୟ ଗୋପିବାବା, ଭାଗବତପ୍ରେମୀ ସୁଶ୍ରୀ ଯୋଜନୀବାଳା ତଥା ଉପସ୍ଥିତ ଅନ୍ୟାନ୍ୟ ଜ୍ଞାନୀ ଗୁଣୀଙ୍କ ଦ୍ଵାରା ପୁସ୍ତକର ଲୋକାର୍ପଣ ସଂସ୍କୃତ ସାହିତ୍ୟ ଅନୁରାଗୀ ମାନଙ୍କ ଗହଣରେ ପୁସ୍ତକଟି ପ୍ରଶଂସନୀୟ ହୋଇଥିଲା ।
Related Stories
January 19, 2025
January 19, 2025