ଭୁବନେଶ୍ୱର– ଆସ୍କାରେ ବିଜେଡି କୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା । ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏହି ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ତାଙ୍କ ପାଇଁ ବିଜେଡି ଆସ୍କା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା। ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗର ରେ ବି ଦଳ ତାଙ୍କ ପାଇଁ ହାରିଲା।ବିଜେପି ଏଜେଣ୍ଟଙ୍କ ସହ ମିଶି ବିଭୀଷଣ କାମ କରିଥିଲେ ଆସ୍କା ସାଂସଦ ପାଥି ରଞ୍ଜିତା ସାହୁ। ଏ ନେଇ ଭିଡିଓ ଫଟୋ ବି ଘୁରି ବୁଲୁଛି। ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ବିଜେପି ନେତାଙ୍କ ସହ ସାଲିସ ହୋଇ କାମ କରିଥିଲେ।ସୁପ୍ରିମୋଙ୍କୁ ଏ ବାବଦରେ ଅବଗତ କରାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛି ବୋଲି ସେ କହିଛନ୍ତି ।