
ଭଦ୍ରକ – କିଛିବର୍ଷପୂର୍ବେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମିତ ହୋଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତାଗୁଡ଼ିକ ଅବସ୍ଥା ଆଜି ଶୋଚନୀୟ ହେବାକୁ ବସିଛି । ଉକ୍ତ ରାସ୍ତାର ସ୍ଥାୟୀ ମରାମତିପାଇଁ ଅଂଚଳଞ୍ଚବାସୀଙ୍କ ତରଫରୁ ହେଉଛି ଦାବି । ବନ୍ତ -କେନ୍ଦୁଆପଦା ରାସ୍ତା ଠାରୁ ପଧାନପଡ଼ା ପଂଚାୟତ କାର୍ଯ୍ୟାଳୟ ଦେଇ ଓଳମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମରାମତିଅଭାବରୁ ଆଜି ଖାଲଖମାରେ ପରିଣତ ହୋଇଛି । ଏହି ରାସ୍ତା ଟି ଭଦ୍ରକ ଜିଲାରୁ ବାହାରି କେନ୍ଦୁଝର ଜିଲାର ଡ଼ଅଁର ,ଶାଳନିଆଁ ବଜାର ସହ ସରଳା,ଡ଼ଅଁର ଆଦିକୁ ସଂଯୋଗ କରିଛି । ଉକ୍ତ ରାସ୍ତାଦେଇ ଦୈନଦିନ ଦୁଇଚକିଆ ,ଚାରିଚକିଆ ଗାଡ଼ିଗୁଡ଼ିକ ସହ ବିଭିନ୍ନ ଅଂଚଳରୁ ଯାତ୍ରୀମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରନ୍ତି ।ଉକ୍ତ ରାସ୍ତାର କିଛି ମାସ ବୂର୍ବେ ମରାମତି ହୋଇଥିଲେ ହେଁ ଆଜି ଖାଲଖମାରେ ପରିଣତ ହୋଇଛି ।ଉକ୍ତ ରାସ୍ତାଦେଇ କେନ୍ଦୁଝର ଜିଲାର ଡ଼ିମିରିଆ ଠାରୁ ବାଲି ଟ୍ରକ ,ଟ୍ରାକ୍ଟର ଗୁଡ଼ିକ ଯାତାୟତ ଫଳରେ ଉକ୍ତ ରାସ୍ତାର ଅବସ୍ଥା ପୂର୍ବବସ୍ତାକୁ ଗତି କରିଛି । ଏହିରାସ୍ତା ଉପରେ ପ୍ରତିଦିନ ପଧାନପଡ଼ା ପଂଚାୟତର ହଦସାହି,ନିମପଲି,ପଦାକଣା ,ମାଳତିରା,ପ୍ରଧାନପଡ଼ା ଶାସନ,ଆଦିବାସୀ ସାହି,ଓଳମ,ନିଳୋକ ଆଦିଗ୍ରାମର ଅଧିବାସୀମାନେ ଏହାକୁ ନିଜର ଦୈନଦିନ ଯାତାୟତ ରାସ୍ତା ରୂପେ ବ୍ୟବହାର କରିଥାନ୍ତି ।ଏହି ରାସ୍ତା ଶାଳଣିଆଁ ବଜାର , ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ଜଳଶୋଚନ ବିଭାଗ ଆଦି ସହ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ କୁ ସଂଯୋଗ କରିଥିବାରୁ ବିଭିନ୍ନ ଅଂଚଳର ଲୋକଙ୍କ ସହ ଶହଶହ ସଂଖ୍ୟାରେ ଦୁଇଚକିଆ,ଚାରିଚକିଆ ଗାଡ଼ିଗୁଡ଼ିକ ଯାତାୟତ କରିଥାଏ । ତେଣୁ ଉକ୍ତ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଅଂଚଳବାସୀ ଙ୍କ ପକ୍ଷରୁ ଦାବିହୋଇଛି । ସେହିପରି ବନ୍ତ-ମହାନ୍ତିପଡ଼ା ରାସ୍ତାର ର ସଖିପାଟଣା ଛକ ଠାରୁ ଜଗଦୀଶପୁର, ବାଙ୍ଗୋର ପଦୀ,ଦୋଳପଦୀ ,ନରସଂହପୁର ଦେଇ ପାନଦଦୀ ଛକ ସହ ପାନପଦୀ ଛକ ଠାରୁ ଜିରିଣା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଏବ ପିଚୁଉଠି ବାସହ ବିଭିନ୍ନ ସ୍ଥାନରେ ଫାଟ ମାନ ସୃଷ୍ଟି ହୋଇ ଖାଲଖମାରେ ପରିଣତ ହୋଇଛି । ଉକ୍ତ ଖାଲଗୁଡ଼ିକରେ ରେ ବର୍ଷା ପାଣି ଜମିବାସହ ସାଧାରଣ ଯାତ୍ରୀମାନେ ଦୁର୍ଘଟଣାର ସ୍ୱୀକାର ହେଉଛନ୍ତି । ଏହି ରାସ୍ତା ଗ୍ରାମ୍ୟ ରାସ୍ତା ମଧ୍ୟରେ ଯାଇ ଥିବାରୁ ଦୈନଦିନ ଜହାର ହଜାର ସଂଖ୍ୟାର ଗ୍ରାମବାସୀ ଙ୍କ ସହ ବିଭିନ୍ନ ଅଂଚଳର ପଥଚାରିମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି । କିଛିବର୍ଷମଧ୍ୟରେ ନିର୍ମିତ ହୋଇଥିବା ଏହି ରାସ୍ତାର ଅବସ୍ଥାକୁ ଦେଖି ଗ୍ରାମବାସୀ ଙ୍କମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ବିଭାଗୀୟ ଅଧିକାରୀ ଓ ଠିକାଦାର ଉକ୍ତ ରାସ୍ତା ଗୁଡ଼ିକ ମରାମତିକରି ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାପାଇଁ ଅଂଚଳବାସୀ ଙ୍କ ପକ୍ଷରୁ ହେଉଛି ଦାବି ।