ମାଲକାନଗିରି– ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ। ଏହି କ୍ରମରେ ଆଶାକର୍ମୀ ସଂଘ ମାଲକାନଗିରି ଶାଖାର କର୍ମକର୍ତ୍ତା ମାନେ ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ୭ ଦଫା ଦାବି ଉଲ୍ଲେଖ ରହିଛି। ଯେପରି ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ। ସାମାଜିକ ସୁରକ୍ଷା ପ୍ରଦାନ ଓ ୧୮ ହଜାର ଦରମା, ଅବସର ପରେ ୫ ଲକ୍ଷ ଅନୁକମ୍ପା ରାଶି ସହ ୫ ହଜାର ଟଙ୍କା ପ୍ରତି ମାସ ପେନସନ, ସିଏଚସି, ପିଏଚସି ପରିସରରେ ଆଶା ଗୃହ, ବିନା ସୁଧରେ ସ୍କୁଟି ଗାଡ଼ି ପ୍ରଦାନ କରାଯାଉ। ତେବେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧିନରେ ପାଖାପାଖି ୬ ଲକ୍ଷ ଆଶାକର୍ମୀ କାର୍ଯ୍ୟରତ। ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରାୟ ୫୦ ହଜାର ଆଶାକର୍ମୀ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସାସ୍ୟୁ ସୂଚନା, ସର୍ବେକ୍ଷଣ, ଟିକାକରଣ, ମାତୃ ଶିଶୁ ଯତ୍ନ ଔଷଧ ବିତରଣ, ପରିମଳ ସହିତ ଅନ୍ୟ ଆନୁସଙ୍ଗିକ ସେବା ଯୋଗାଉଛନ୍ତି। ଏଥିପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଥିବା କହିଛନ୍ତି। ଆଶାକର୍ମୀଙ୍କ ଅନବରତ ପ୍ରୟାସ ଫଳରେ ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚି ପାରିଛି। ସେଥିପାଇଁ ବିଭିନ୍ନ ମହଲରେ ଆଶାକର୍ମୀ ମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ମେରୁଦଣ୍ଡ ବୋଲି ବିବେଚନା କରାଯାଇଥିବା କହିଛନ୍ତି। ତେବେ ରାଜ୍ୟ ସରକାର କେବେ ଆଶାକର୍ମୀ ମାନଙ୍କ ଦାବି ଶୁଣୁଛନ୍ତି ଏବଂ ସେମାନଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ହେଉଛି ତାହା ଦେଖିବାକୁ ବାକି ରହିଲା।
Related Stories
January 17, 2025
January 17, 2025