
ଭଞ୍ଜନଗର – ଆଜି ଦିନ ପ୍ରାୟ ୨ଟା ସମୟରେ ସ୍ଥାନୀୟ ବାଉଁଶ ଲୁଣ୍ଡି କୁରୁମ ପେଣ୍ଠ ସାମ୍ନାରେ ଏକ ଘରୋଇ ବସ ବ୍ରହ୍ମପୁର ଯାଉଥିବା ବେଳେ ବିପରୀତ ଦିଗରୁ ମୁଦୁଲି ପଲ୍ଲୀ ଗ୍ରାମର ସୁଦର୍ଶନ ସ୍ୱାଇଁ ଓ ପତ୍ନୀ ଯାଜ୍ଞାସେନି ସ୍ୱାଇଁ ବାଇକରେ ଆସୁଥିବା ବେଳେ ସେହି ସ୍ଥାନରେ ଉକ୍ତ ବସ ର ଡାହାଣ ପାର୍ଶ୍ୱରେ ଭାରସାମ୍ୟ ହରାଇ ଉଭୟେ ପଡ଼ି ଯାଇଥିଲେ।ଫଳରେ ସୁଦର୍ଶନ ସାମାନ୍ୟ ଆହତ ହୋଇଥିଲେ କିନ୍ତୁ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।