
ଭଦ୍ରକ – ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଚଳିତ ମାସ ୮ତାରିଖରୁ ଚାଲିଛି ଭଦ୍ରକ ସାଂସ୍କୃତିକ ମହୋସôବ । ପ୍ରବଳ ଥଣ୍ଡାକୁ ଖାତିର ନକରି ହଜାର ହଜାର ଭଦ୍ରକବାସୀ ଉକ୍ତ ମହୋସôବର ମଜା ଉଠାଉଛନ୍ତି । ତେବେ ଏହି ମହୋସôବ ନବମ ସଂଧ୍ୟା ଥିଲା କିଛିଟା ଅଲଗା । ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢ଼ୀଙ୍କ ସୁମଧୁର ସଂଗୀତ ସାଙ୍ଗକୁ କିନ୍ନରମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନବମ ସଂଧ୍ୟାର କାର୍ଯ୍ୟକ୍ରମକୁ ଭଦ୍ରକ ବିଧାୟକ ସଂଜବୀ ମଲ୍ଲିକ ଉଦଘାଟନ କରିବା ସହ କୁନିକୁନି କଳାକାରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଉପଯୁକ୍ତ ପ୍ଲାଟଫର୍ମ ବୋଲି କହିଥିଲେ । କମିଟିର ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱ ଓ ରମେଶ ଚନ୍ଦ୍ର ପାଗଲଙ୍କ ସଂଯୋଜନାରେ ଅନୁÂିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁଖ ବେହେରା, ତଥାଗତ ସାମଲ, ପ୍ରିୟବ୍ରତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶେଷରେ କଟକର ଗିୀ ସମ୍ରାଟ ଅକ୍ରେଷ୍ଟା ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ, ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖାଙ୍କ ବହୁ ମନଲୋଭା ସଂଗୀତରେ ଝୁମି ଉଠିଥିଲେ ଦର୍ଶକ । ସେହିପରି ନିଜର ଜୀବନ ଶୈଳୀ ଉପରେ ଆଧାରିତ ବିଷୟକୁ ନେଇ ଚରମ୍ପା ଅର୍ଦ୍ଧନାରୀଶ୍ୱର କିନ୍ନର ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକି ଉପସ୍ଥିତ ଦର୍ଶକଙ୍କୁ ଶୀତୁଆ ରାତିରେ ରୋମାଞ୍ଚିତ କରିଥିଲା । କମିଟିର ସାଧାରଣ ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଚାରୁଦତ୍ତ ନାୟକ, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ମେଡ଼ିଆ ସେଲ ଅଧ୍ୟକ୍ଷ ଅବିନାଶ ପଣ୍ଡା, ସାସ୍କୃତିକ ସମ୍ପାଦକ ବି. ପିତାମ୍ବର ରେଡ୍ଡି, ସହ ସଂମ୍ପାଦିକା ରଶ୍ମିତା ସେଠୀ, ରିଚା ମହାନ୍ତି, ଉପସଭାନେତ୍ରୀ ମନୋରାମା ରାୟ, ଚୈତାଳୀ ଖିଲାର, ଜଗବନ୍ଧୁ ବେହେରା, ଦେବେନ୍ଦ୍ର ବେହେରା, ଅତିଶ ଦାସ ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।