ଭଦ୍ରକ – ଟିଲୋ କେନାଲ ରୋଡ଼ ଠାରୁ ବନ୍ତ ବ୍ଲକ ପର୍ଯ୍ୟନ୍ତ ଦୁଇ କିମି ରାସ୍ତା କୁ ନେଇ ବନ୍ତ ବଜାର ପରିବ୍ୟପ୍ତ ହୋଇଛି । ଏହି ସ୍ଥାନରେ ବ୍ଲକ, ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ,ଥାନା,ତହସିଲ ,ସବ୍ରେଜିଷ୍ଠର,ବସ ଓ ଟ୍ରେକର ଷ୍ଟାଣ୍ଡ ସହ ଅନ୍ୟାନ୍ୟ ଅଫିସ କାର୍ଯ୍ୟାଳୟ ,ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ,ପ୍ରାଥମିକ ଚିକିତ୍ସାକେନ୍ଦ୍ର,ବିଭିନ୍ନ ବ୍ୟାଙ୍କ ଆଦି ଅବସ୍ଥିତ ଥିବାରୁ ଉକ୍ତ ସ୍ଥାନ ରେ ସକାଳ ୫ଟାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ବହୁ ଜନଗହଳି ରେ ପରିଲକ୍ଷିତ ହୋଇଥାଏ । ଦୀର୍ଘ ବର୍ଷ ହେବ ସଦର ମୋହକୁମାରରେ ଏକ ଯାତ୍ରୀ ବିଶ୍ରାମ (ୱଟିଂରୁମ୍) ନଥିବାରୁ ଯାତ୍ରୀମାନେ ରାସ୍ତା ପାଶ୍ୱର୍ରେ ଘଂଟା ଘଂଟା ଧରି ଠିଆ ହୋଇ ନାନାବିଧ ସମସ୍ୟାରେ ସମ୍ମୁଖିନ ହୋଇଥାନ୍ତି । ଉକ୍ତ ସ୍ଥାନ ବନ୍ତ ଅଂଚଳର ମୁଖ୍ୟ ସ୍ଥାନ ହୋଇଥିବାରୁ ପ୍ରତିଦିନ ସକାଳୁ ରାତ୍ରଯାଏ ହଜାରା ହଜାର ସଂଖ୍ୟାରେ ଯାତ୍ରୀମାନେ ବନ୍ତରୁ ଭଦ୍ରକ,କେନ୍ଦୁଆପଦା,ଆନନ୍ଦପୁର ,ଆଗରପଡ଼ା ସହ ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବସ୍,ଟ୍ରେକର କୁ ଅପେକ୍ଷା କରି ଥାନ୍ତି । କିଛିବର୍ଷପୂର୍ବେ ବନ୍ତ ଚିକିତ୍ସାକେନ୍ଦ୍ର ପାଶ୍ୱର୍ରେ ନିର୍ମିତ ହୋଇଥିବା ଅପେକ୍ଷା ଗୃହ ଟିକୁ ଭଦ୍ରକ ଆନନ୍ଦପୁର ରାସ୍ତାର ସଂପ୍ରସାରଣ ପାଇଁ ଭାଙ୍ଗିଦିଆଯାଇଥିଲା । ହେଲେ ଇତିମଧ୍ୟରେ ୧୩ବର୍ଷ ବିତିଯାଇଥିଲେ ସୁଧା ଅତ୍ୟାବଶ୍ୟକ ହେଉଥିôବା ବିଶ୍ରାମଗୃହ ଟିଏ ଉକ୍ତ ସ୍ଥାନରେ ନିର୍ମାଣ ହୋଇପାରିନି । ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ଅପେକ୍ଷାରତ ଯାତ୍ରୀ ମାନଙ୍କପାଇଁ ଟିକେ ବସିବାପାଇଁ ଗୃହ ନଥିବାରୁ ଘଂଟାଣ୍ଟଘଂଟାଣ୍ଟସମୟଧରିି ଖରା,ବର୍ଷା,ଶୀତ, କାକାର ରେ ରାସ୍ତାପାର୍ଶ୍ୱରେ ଛିଡ଼ା ହେବା କିମ୍ବା କାହା ଦୋକାନରେ ଟିକେ ପାଦ ଦେବା ଏକମାତ୍ର ସହାୟ ହୋଉଛି । ସେହିପରି ସଂଧ୍ୟା ସମୟରେ ଉକ୍ତ ସ୍ଥାନ ମାନଙ୍କରେ ଆଲୋକ ବ୍ୟବସ୍ଥା ନଥିବାରୁ ଉକ୍ତ ଅଂଚଳ ପ୍ରାୟ ଅନ୍ଦକାରମୟ ରହୁଛି । ମୁଖ୍ୟ ସ୍ଥାନମାନଙ୍କରେ ହାଇମାସ୍କ ଲାଇଟ ର ସୁବ୍ୟବସ୍ଥା କରିବାକୁ ଦାବି ହେଉଛି । ଗଳିକନ୍ଦି ିରେ ଆଲୋକର ବ୍ୟବସ୍ଥା ନଥିବାରୁ ରାତ୍ରରେ ଚୋରୀ ଠାରୁ ଆରମ୍ଭ କରି ମଦ୍ୟପ ଓ ଅନ୍ୟାନ୍ୟ ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟ ବୃଦ୍ଧି ପାଇବା ସହ ଦୁର୍ଘଟଣା ମାନ ଘଟୁଥିବାର ଦେଖାଯାଉଛିି । ଏହି ଦୁଇ ସମସ୍ୟାଏକ ଗୁରୁତ୍ୱ ପୁର୍ଣର୍ ସମସ୍ୟା ଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସର୍ବସାଧାରଣ ରେ ହେଉଛି ଦାବି ।
Related Stories
November 24, 2024
November 24, 2024