ପାଟନା/ଗୟା– ୨୦ ଲକ୍ଷ ଲାଂଚ ନେବା ମାମଲାରେ ଏନଆଇଏର ପାଟନା ଶାଖାରେ କାର୍ଯ୍ୟରତ ପୋଲିସ ଉପ ଅଧିକ୍ଷକ (ଡିଏସପି) ଅଜୟ ପ୍ରତାପ ସିଂହ ଏବଂ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଂଚ୍ ବ୍ୟୁରୋ (ସିବିଆଇ) ।
ସିବିଆଇ କହିଛି ଯେ, ଏହି ମାମଲାରେ ଜନତା ଦଳ ୟୁନାଇଟେଡ୍ ର ପୂର୍ବତନ ବିଧାନ ପରିଷଦ ସଦସ୍ୟଙ୍କ ପୁଅ ରକି ଠାରୁ ମିଳିଥିବା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଅଜୟ ପ୍ରତାପ ସିଂହ ଥିଲେ । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ କି, ସିବିଆଇକୁ ଏ ବିଷୟରେ ସୂଚନା ମିଳିଥିଲା ଏବଂ ସିବିଆଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ସିବିଆଇ ପାଟଣାରେ ମାମଲାର ତଦନ୍ତ କରି ଡିଏସପିଙ୍କୁ ଧରିଛି । ଏଥି ସହିତ ମାମଲାରେ ଜଡ଼ିତ ଥିବା ଅନ୍ୟ ଦୁଇ ଜଣ ଏଜେଂଟଙ୍କୁ ମଧ୍ୟ ଗିରଫ କରାଯାଇଛି ।